ଓଡ଼ିଆ ନ୍ୟୁଜ୍: ଲଡର୍ସ ଟେଷ୍ଟରେ ହାରିଲା ଭାରତ। ଐତିହାସିକ ଲର୍ଡ୍ସ ଟେଷ୍ଟ ମ୍ୟାଚରେ ୨୨ ରନରେ ପରାଜୟ ବରଣ କରିଛି ଭାରତ। କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢେଇ କରିବା ଛାଡ଼ିନଥିଲା ଟିମ ଇଣ୍ଡିଆ । ବିଜୟ ପାଇଁ ଭାରତକୁ ୧୯୩ ରନ କରିବାକୁ ଥିବାବେଳେ ଭାରତ ୧୭୦ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ସେ ଅପରାଜିତ ୬୧ ରନ କରିଥିଲେ ଓ ନୀତୀଶ ରେଡ୍ଡୀ, ଯସପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ସହ ଉପଯୋଗୀ ପାର୍ଟନରସିପ କରିଥିଲେ। ଏହା ସତ୍ତ୍ବେ ଭାରତ ୨୨ ରନ ପଛରେ ପଡ଼ିଯାଇଥିଲା ।
ଆଜିର ବିଜୟ ସହ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ହୋଇଯାଇଛି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ସେ ଅପରାଜିତ ୬୧ ରନ କରିଥିଲେ ଓ ନୀତୀଶ ରେଡ୍ଡୀ, ଯସପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ସହ ଉପଯୋଗୀ ପାର୍ଟନରସିପ କରିଥିଲେ।