ଓଡ଼ିଆ ନ୍ୟୁଜ୍: କୋଲକାତା ଟେଷ୍ଟ ହାରିଲା ଟିମ୍ ଇଣ୍ଡିଆ।୩୦ ରନ୍ରେ ଜିତିଲା ଦକ୍ଷିଣ ଆଫ୍ରିକା।ଘରୋଇ ମାଟିରେ ମାତ୍ର ୧୨୪ ରନ୍ କରି ନପାରି ହାରିଲେ।୧୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା।ଭାରତୀୟ ବ୍ୟାଟରଙ୍କ ଶୋଚନୀୟ ପ୍ରଦର୍ଶନକୁ ନେଇ ନୈରାଶ୍ୟ। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୧୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିବାର ରେକର୍ଡ କରିଛି। ଏହା ସହିତ ୨୦୧୨ ମସିହା ପରେ କୋଲକାତାରେ ଭାରତର ଏହା ପ୍ରଥମ ପରାଜୟ।
ଭାରତ ପିଛା କରି ହାରିଥିବା ଟେଷ୍ଟ ଇତିହାସର ଏହା ଦ୍ୱିତୀୟ ସର୍ବନିମ୍ନ ଲକ୍ଷ୍ୟ ଅଟେ। ଏହା ପୂର୍ବରୁ ୧୯୯୭ରେ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨୦ ରନ୍ର ଲକ୍ଷ୍ୟ ହାସଲ କରିପାରି ନଥିଲା।ମ୍ୟାଚ୍ରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଶୋଚନୀୟ ରହିଥିଲା। ଓପନର ଯଶସ୍ୱୀ ଜୟସ୍ୱାଲ୍ ଏବଂ କେ.ଏଲ୍ ରାହୁଲ୍ ମାତ୍ର ୧ ରନ୍ରେ ଆଉଟ୍ ହୋଇଯାଇଥିଲେ। ଉପ-ଅଧିନାୟକ ଋଷଭ ପନ୍ତ ମଧ୍ୟ ଫେଲ୍ ମାରିଥିଲେ। ବେକରେ ଆଘାତ ଯୋଗୁଁ ମ୍ୟାଚ୍ ମଝିରେ ବାଦ୍ ପଡ଼ିଥିବା ଅଧିନାୟକ ଶୁଭମନ ଗିଲ୍ଙ୍କ ଅନୁପସ୍ଥିତି ଦଳକୁ ଅନୁଭବ ହୋଇଥିଲା।