ଓଡ଼ିଆ ନ୍ୟୁଜ୍: ଘନେଇଲା ଭାରତ ଓ ପାକିସ୍ତାନ ଯୁଦ୍ଧ। କେତେବେଳେ ବି ହୋଇପାରେ ଆକ୍ରମଣ। ଏନେଇ ଭାରତ ସରକାର ସବୁ ପ୍ରକାର ସତର୍କତା ଆରମ୍ଭ କରିଦେଇଛନ୍ତି। ସେପଟେ ପାକିସ୍ତାନ କେତେବେଳେ ଚୀନ ଶରଣ ପଶୁଥିବା ବେଳେ କେତେବେଳେ ତୁର୍କୀର ସହଯୋଗ ଭିକ୍ଷା କରୁଛି।
ଏପଟେ ଭାରତ ସରକାର ଯୁଦ୍ଧ ପରିସ୍ଥିତିରେ କଭଳି ସାଧାରଣ ନାଗରିକଙ୍କ ସୁରିକ୍ଷିତ ରଖାଯାଇପାରିବ ସେ ନେଇ କିଛି ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏୟାର ଷ୍ଟ୍ରାଇକ୍ ବେଳେ ସାଇରନ ବଜାଇ ସତର୍କତା ଅବଲମ୍ବନ କରିବା ଓ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମେ ୭ ତାରିଖରେ ମକ୍ ଡ୍ରିଲ୍ କରିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର କିଛି ରାଜ୍ୟକୁ ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସରକାରୀ ସୂତ୍ରରୁ ମିଳିଥିବା ଅନୁଯାୟୀ, ଅଭ୍ୟାସ ସମୟରେ, ବିମାନ ଆକ୍ରମଣ ଚେତାବନୀ ସାଇରନ ସକ୍ରିୟ କରାଯିବ, ଏବଂ ଶତ୍ରୁ ଆକ୍ରମଣ ସମୟରେ ନିଜକୁ ରକ୍ଷା କରିବା ପାଇଁ ନାଗରିକ ଏବଂ ଛାତ୍ରମାନଙ୍କୁ ନାଗରିକ ପ୍ରତିରକ୍ଷା ଉପରେ ତାଲିମ ଦିଆଯିବ। ସେହିପରି କ୍ରାସ୍ ବ୍ଲାକ ଆଉଟ୍ ପଦକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ ଏବଂ ସଂସ୍ଥାଗୁଡ଼ିକୁ ଶୀଘ୍ର ଲୁଚାଇବାର କୌଶଳ ବି ରହିବ। ରାଜ୍ୟଗୁଡ଼ିକୁ ସେମାନଙ୍କର ସ୍ଥାନାନ୍ତର ଯୋଜନା ଏବଂ ଏହାର ଅଭ୍ୟାସକୁ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।