ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡ ଶାଖା ତରଫରୁ ଦିଆଯାଇଥିବା ବନ୍ଦର ପ୍ରଭାବ ଆଜି ରାୟଗଡା ସହରରେ ଦେଖିବାକୁ ମିଳିଥିଲା । UCC ଏବଂ ମଣିପୁର ରାଜ୍ୟରେ ଆଦିବାସୀ ମହିଳା ମାନଙ୍କୁ ଗଣବଳାତ୍କାର ସହିତ ନଗ୍ନ କରି ପ୍ୟାରେଡ୍ କରାଇବା ପ୍ରତିବାଦରେ ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଆଜି ସ୍ଥାନୀୟ କପିଳାସ ଛକରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡର ସଦସ୍ୟ ମାନେ ଟାୟାର ଜାଳି ରାସ୍ତା ଆବରୋଧ କରିଥିଲେ । ଫଳରେ ରାୟଗଡା ଦେଇ କୋରାପୁଟ ଏବଂ ଭୁବନେଶ୍ବରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ 326 ଉଭୟ ପାର୍ଶ୍ଵରେ ସାହସାହ ଗାଡି ଅଟକି ରହିଥିଲା । ସେପଟେ ସହରସାରା ବୁଲି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଦସ୍ୟ ମାନେ ଦୋକାନ ବଜାର ବନ୍ଦ କରିବାକୁ ନିବେଦନ କରିବା ଯୋଗୁଁ କିଛି ଅଞ୍ଚଳରେ ମଧ୍ୟ ଦୋକାନ ବଜାର ବନ୍ଦ ରହିଥିଲା ।
ବିଶେଷ କରି ରାୟଗଡାରୁ ଗୁଣପୁର , ପାରଳାଖେମୁଣ୍ଡି , ବ୍ରହ୍ମପୁର ଏବଂ ଭୁବନେଶ୍ବରକୁ ବସ ଚଳାଚଳ ଦିନରେ ସଂପୂର୍ଣ୍ଣ ବନ୍ଦ ରହିଥିଲା । ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଦସ୍ୟ ମାନେ କପିଳାସ ଛକ ଠାରେ ରାସ୍ତା ଅବରୋଧ କରିଥିଲେ । କେବଳ ରୋଗିସେବା ପାଇଁ ଆମ୍ବୁଲେନ୍ସ ଏବଂ ସ୍କୁଲ ପିଲାଙ୍କ ବସକୁ ଆଜିର ବ୍ଯାନ୍ଡରେ ବାଦ ଦିଆଯାଇଥିଲା । ଯଦି କେନ୍ଦ୍ର ସରକାର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଜାର ହେବ ବୋଲି ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡ ରାୟଗଡ ସମ୍ପାଦକ ପ୍ରୀତମ ଖରା। ଆଜିର ବ୍ଯାନ୍ଡକୁ ଦୃଷ୍ଟିରେ ରାଖୀ ସହରର କପିଳାସ ଛକ ଠାରେ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା ।