କୋଲକାତା ଟେଷ୍ଟରେ ବୋଲରଙ୍କ କମାଲ, ଦିନକରେ ପଡ଼ିଲା ୧୬ ୱିକେଟ୍‌

0

ଓଡ଼ିଆ ନ୍ୟୁଜ୍: କୋଲକାତା ଟେଷ୍ଟରେ ବୋଲରଙ୍କ କମାଲ, ଦିନକରେ ପଡ଼ିଲା ୧୬ ୱିକେଟ୍‌। ଦୁଇ ଦିନ ଖେଳରେ ପଡ଼ିଲା ୨୭ ୱିକେଟ୍‌; ଜଣେ ବି ବ୍ୟାଟର ୫୦ ଟପିଲେନି। ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ବୋଲର ଦେଖାଇଲେ କମାଲ୍‌।ପ୍ରଥମ ଇନିଂସରେ ୧୫୯ କରିଥିବା ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୯୩/୭।ଘରୋଇ ବ୍ୟାଟର ଫେଲ୍‌; ୧ମ ଇନିଂସରେ ଭାରତ ୧୮୯ ରନ୍‌ରେ ସୀମିତ।ଖେଳ ୩ ଦିନ ବାକିଥିଲା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୬୩ ରନ୍‌ରେ ଆଗୁଆ। ଘରୋଇ ଦଳ ପାଇଁ ରବୀନ୍ଦ୍ର ଜାଡେଜା ୪ ଓ କୁଲଦୀପ ଯାଦବ ୨ ଉଇକେଟ ଅକ୍ତିଆର କରିଛନ୍ତି। ଭ୍ରମଣକାରୀ ଦଳ ବର୍ତ୍ତମାନ ୬୩ ରନରେ ଆଗୁଆ ଥିବା ବେଳେ ହାତରେ ୩ ଉଇକେଟ ସୁରକ୍ଷିତ ରଖିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଟେମ୍ବା ବଭୁମା ୨୯ ଓ କର୍ଭିନ ବୋଶ୍ଚ ୧ ରନରେ ଅପରାଜିତ ରହିଛନ୍ତି।

ଦ୍ୱିତୀୟ ଦିନ ତଥା ଶନିବାର ଭାରତୀୟ ଦଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୭/୧ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବ ଦିନର ଦୁଇ ଅପରାଜିତ ବ୍ୟାଟର ଲୋକେଶ ରାହୁଲ ଓ ଓ୍ବାଶିଂଟନ ସୁନ୍ଦର ଧୈର୍ଯ୍ୟର ସହ ବ୍ୟାଟିଂ କରି ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଡ଼ିଥିଲେ।ରାହୁଲ ୩୯ (୪ ଚୌକା ଓ ୧ ଛକା) ଓ ସୁନ୍ଦର ୨୯ (୨ ଚୌକା ଓ ୧ ଛକା) ରନ କରି ପାଭିଲିଅନ ଫେରିଥିଲେ। ଅଧିନାୟକ ଶୁବମନ ଗିଲ(୪) ରିଟାୟର୍ଡ ଆଉଟ୍‌ ହୋଇଥିଲେ। ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକଦା ୧୩୨ ରନରେ ୩ ଉଇକେଟ ହରାଇଥିବା ଭାରତୀୟ ଦଳ ପରବର୍ତ୍ତୀ ୫୭ ରନ ମଧ୍ୟରେ ବଳକା ୭ ଉଇକେଟ ହରାଇଥିଲା।

ଫଳରେ ଭାରତୀୟ ଦଳ ୧୮୯ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଉପ ଅଧିନାୟକ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ୨୭ ଲେଖାଏ ରନ କରିଥିବା ବେଳେ ଧ୍ରୁବ ଜୁରେଲ ୧୪ ଓ ଅକ୍ଷର ପଟେ ୧୬ ରନ କରିଥିଲେ। ବୋଲିଂରେ ଭ୍ରମଣକାରୀ ଦଳ ପକ୍ଷରୁ ସିମନ ହାର୍ମର ୪ ଓ ମାର୍କୋ ଜାନସେନ ୩ ଉଇକେଟ ନେଇଥିବା ବେଳେ କେଶଭ ମହାରାଜ ଓ କର୍ବିନ ବୋଶ୍ଚ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।

Leave A Reply

Your email address will not be published.