ଓଡ଼ିଆ ନ୍ୟୁଜ୍: ଇତିହାସ ରଚିଲା DRDO; ଟ୍ରେନ୍ରୁ ଉତ୍କ୍ଷେପଣ ହେଲା ‘ଅଗ୍ନି’।ପ୍ରଥମ ଥର ଟ୍ରେନ୍ରୁ ଉତ୍କ୍ଷେପଣ ହେଲା ମିଜାଇଲ୍ ଅଗ୍ନି ପ୍ରାଇମ୍।ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିଜାଇଲ୍ ଅଗ୍ନି ପ୍ରାଇମ୍ର ସଫଳ ଉତ୍କ୍ଷେପଣ। ରେଳ ଆଧାରିତ ମୋବାଇଲ୍ ଲଞ୍ଚରରୁ ହେଲା ଉତ୍କ୍ଷେପଣ।ଏହି ପରୀକ୍ଷଣ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ କରାଯାଇଛି। ଅଗ୍ନି-ପ୍ରାଇମ୍ ହେଉଛି ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଯାହାର ରେଞ୍ଜ ୨୦୦୦ କିଲୋମିଟର ପର୍ୟ୍ୟନ୍ତ ରହିଛି। ଡିଆରଡିଓ ଏହାକୁ ଓଡ଼ିଶାର ଚାନ୍ଦିପୁରରୁ ଏକ ରେଳ ମୋବାଇଲ୍ ଲଞ୍ଚରରୁ ଲଞ୍ଚ କରିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଭାରତ ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରକୁ ରେଳ-ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ ସଫଳତାର ସହ ପରୀକ୍ଷଣ କରିଛି। ଏହି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ୨୦୦୦ କିଲୋମିଟର ପର୍ୟ୍ୟନ୍ତ ଷ୍ଟ୍ରାଇକ୍ ରେଞ୍ଜ ପାଇଁ ଡିଜାଇନ୍ କରାଯାଇଛି ଏବଂ ଏଥିରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ରହିଛି। ଏହି କ୍ଷେପଣାସ୍ତ୍ରଟି ଏକ ବଡ଼, ଦୃଢ଼ କ୍ୟାନିଷ୍ଟରରେ ରଖାଯାଇଛି। ଏହା ପାଣିପାଗ ପ୍ରତି ମଧ୍ୟ ପ୍ରତିରୋଧୀ।