ସୂର୍ଯ୍ୟଙ୍କ ଅର୍ଦ୍ଧଶତକ, USAକୁ ୧୬୨ ଟାର୍ଗେଟ୍

0

ଓଡ଼ିଆ ନ୍ୟୁଜ୍: ଟି ଟ୍ବେଣ୍ଟି ବିଶ୍ବକପ: USA ଆଗରେ ୧୬୨ ରନ୍‌ ଟାର୍ଗେଟ୍ ରଖିଲା ଭାରତ।ନିର୍ଦ୍ଧାରିତ ୨୦ ଓଭରରେ ଭାରତର ସ୍କୋର ୧୬୧/୯। ଅଭିଷେକ ଶର୍ମା, ଶିବମ ଦୁବେ ଖାତା ଖୋଲି ପାରିଲେନି।ରିଙ୍କୁ ସିଂ ୬, ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୫ ରନ୍‌ରେ ଆଉଟ୍। ଏକା ଲଢ଼ିଲେ ଅଧିନାୟକ ସୂର୍ଯ୍ୟକୁମାର, ୪୯ ବଲ୍‌ରୁ ଅପରାଜିତ ୮୪ ରନ୍‌।ଶେଷ ଓଭରରେ ୨ ଛକା ଓ ୨ ଚୌକା ସହ ୨୧ ରନ୍‌ କଲେ ସୂର୍ଯ୍ୟକୁମାର।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ଵିକେଟ୍ ହରାଇ ୧୬୧ ରନ କରି ପାରିଛି। ଆଉ ଆମେରିକା ଆଗରେ ରହିଛି ୧୬୨ ରନର ବିଜୟ ଲକ୍ଷ୍ୟ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନାହାନ୍ତି। ସୂର୍ଯ୍ୟ ୮୪ ରନର ଅଧିନାୟକତ୍ଵ ଇନିଂସ ଖେଳି ଭାରତର ସମ୍ମାନ ରଖିଛନ୍ତି।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଭିଷେକ ଶର୍ମା ଗଲଡେନ ଡକର ଶିକାର ହୋଇଥିଲେ। ୪୫ ରନ ସ୍କୋରରେ ଇଶାନ କିଶନ ୨୦ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳିପାରି ନ ଥିଲେ। ତିଳକ ବର୍ମାଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ ୨୫ ରନ କରି ଆଉଟ୍ ହେବା ଭାରତକୁ ବଡ଼ ଝଟକା ଦେଇଥିଲା। ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବ କ୍ରିଜରେ ଥିବା ବେଳେ ଅନ୍ୟପଟେ ଭାରତ ଓ୍ଵିକେଟ୍ ହରାଇ ଚାଲିଥିଲା।

Leave A Reply

Your email address will not be published.