ଓଡ଼ିଆ ନ୍ୟୁଜ୍: ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ୍ ମୁକାବିଲା।ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି।ନ୍ୟୁଜିଲାଣ୍ଡ ଏକାଦଶରେ ଗୋଟିଏ ପରିବର୍ତ୍ତନ। ମାକଙ୍କିଙ୍କ ସ୍ଥାନରେ ଡଫିଙ୍କୁ ସୁଯୋଗ।ଭାରତୀୟ ଏକାଦଶ ଅପରିବର୍ତ୍ତିତ।ପ୍ରଥମେ ବ୍ୟାଟିଂ ପାଇଁ ଖୁସି କହିଲେ ସୂର୍ଯ୍ୟ।ଲଗାତାର ଦୁଇ ଥର ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ଟିମ୍ ଟି୨୦ ବିଶ୍ୱକପ୍ ଟ୍ରଫି ହାତେଇବାକୁ ଯୋଜନା କରୁଛି । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଯାହାକୁ ନେଇ ଉତ୍ସାବିତ ଅଛନ୍ତି କୋଟି କୋଟି କ୍ରିକେଟ୍ ଫ୍ୟାନ୍ସ। ଏହି ମହାମୁକାବିଲାରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିବ ଭାରତ। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ଘଟିନି।
ରବିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ଗର୍ଜନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଷ୍ଟାଡିୟମରେ ମୋଟ ୧୧ଟି ପିଚ୍ ରହିଛି, ଯେଉଁଥିରେ ଉଭୟ ଲାଲ୍ ମାଟି ଏବଂ କଳା ମାଟିର ବ୍ୟବହାର କରାଯାଇଛି । ବିଶ୍ୱକପ ଫାଇନାଲ ପାଇଁ କେଉଁ ପିଚ୍ ବ୍ୟବହାର ହେବ, ତାହା ଉଭୟ ଦଳର କ୍ୟାପଟେନ୍ ଏବଂ ପାଣିପାଗ ମୁଡ ଉପରେ ନିର୍ଭର କରୁଛି ।