ଓଡ଼ିଆ ନ୍ୟୁଜ୍: ଧର୍ମଶାଳା ତୃତୀୟ ଟି ଟ୍ବେଣ୍ଟି: ଭାରତ ଆଗରେ ୧୧୮ ରନ୍ର ଟାର୍ଗେଟ୍।ମାତ୍ର ୧୧୭ ରନ୍ରେ ଅଲଆଉଟ୍ ହେଲା ଦକ୍ଷିଣ ଆଫ୍ରିକା।ଅର୍ଶଦୀପ, ହର୍ଷିତ, ବରୁଣ ଓ କୁଲଦୀପଙ୍କୁ ୨ଟି ଲେଖାଏଁ ୱିକେଟ।ମାରକ୍ରମଙ୍କ ଅର୍ଦ୍ଧଶତକ, ଅନ୍ୟ ସବୁ ବ୍ୟାଟସମ୍ୟାନ୍ ବିଫଳ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବାରମ୍ବାର ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ସେହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା ଓ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ କେବଳ ଆଇଡେନ ମାର୍କରାମ ଲଢୁଆ ବ୍ୟାଟିଂ କରି ୬୧ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ଡୋନୋଭନ ଫରେରା ୨୦ ରନ କରିଥିଲେ ।