ଭାରତର ଲଜ୍ଜାଜନକ ପରାଜୟ

0

ଓଡ଼ିଆ ନ୍ୟୁଜ୍: ଗୌହ୍ବାଟୀରେ ଭାରତର ଲଜ୍ଜାଜନକ ପରାଜୟ।ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ୍‌ ସହ ସିରିଜ ହାରିଲା ଭାରତ।୪୦୮ ରନ୍‌ରେ ବଡ଼ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା।୨ୟ ଇନିଂସରେ ମାତ୍ର ୧୪୦ରେ ସରେଣ୍ଡର କଲେ ଭାରତୀୟ ବ୍ୟାଟର। ଦାୟିତ୍ବହୀନ, ଖାମଖିଆଲି ବ୍ୟାଟିଂର ନମୂନା ପ୍ରଦର୍ଶନ କଲେ। ସାଇ, ଜୁରେଲ୍‌, ନୀତୀଶ ସୁଯୋଗର ସଦ୍‌ବ୍ୟବହାର କରିପାରିଲେନି। ୨-୦ରେ ସିରିଜ୍‌ ପୋଛି ନେଲା ଭ୍ରମଣକାରୀ ଦ. ଆଫ୍ରିକା।

ଗୋଟିଏ ବର୍ଷ ମଧ୍ୟରେ ଘରୋଇ ମାଟିରେ ୭ଟି ଟେଷ୍ଟରେ ଏହା ଭାରତର ପଞ୍ଚମ ପରାଜୟ। ଏହି ସମୟ ମଧ୍ୟରେ ଭାରତକୁ ଘରୋଇ ମାଟିରେ ଦୁଇ ଥର କ୍ଲିନ୍ ସୁଇପ୍ ହେବାକୁ ପଡ଼ିଛି । ଅକ୍ଟୋବର-ନଭେମ୍ବର ୨୦୨୪ରେ, ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତକୁ ୩-୦ରେ ପରାସ୍ତ କରିଥିଲା। ଘରୋଇ ମଇଦାନରେ ଅପରାଜେୟ ବୋଲି ବିବେଚିତ ଭାରତୀୟ ଦଳ ଏବେ ବିଶ୍ୱର ସବୁଠାରୁ ଦୁର୍ବଳ ଦଳ ମଧ୍ୟରୁ ଗୋଟିଏ ହୋଇଗଲାଣି। ଗତ ୧୩ ମାସ ମଧ୍ୟରେ ପାକିସ୍ତାନ ମଧ୍ୟ ଭାରତ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ଏହି ସମୟ ମଧ୍ୟରେ କେବଳ ଜିମ୍ବାୱେ ଭାରତ ଅପେକ୍ଷା ଘରୋଇ ମାଟିରେ ଅଧିକ ମ୍ୟାଚ୍ ହାରିଛି।

Leave A Reply

Your email address will not be published.