ଭାରତକୁ ୧୯୬ ଟାର୍ଗେଟ୍ ଦେଲା ୱେଷ୍ଟଇଣ୍ଡିଜ

0

ଓଡ଼ିଆ ନ୍ୟୁଜ୍: ଟି ଟ୍ବେଣ୍ଟି ବିଶ୍ବକପ: ଭାରତ ଆଗରେ ୧୯୬ ରନ୍‌ର ଟାର୍ଗେଟ।ଇଡେନ୍ ଗାର୍ଡେନ୍ସରେ ୧୯୬ ରନର ଟାର୍ଗେଟ ରଖିଲା ୱେଷ୍ଟଇଣ୍ଡିଜ୍। ସେମି ଫାଇନାଲରେ ପ୍ରବେଶ ପାଇଁ ଭାରତ ସାମ୍ନାରେ ରହିଛି ୧୯୬ ରନର ବିଜୟ ଲକ୍ଷ୍ୟ। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ନ ଥିଲେ ବି ସାମୂହିକ ବ୍ୟାଟିଂ ସଫଳତା ବଳରେ ଏହି ସ୍କୋର କରି ପାରିଛି ୨ ଥରର ବିଶ୍ଵ ଚାମ୍ପିଅନ ଓ୍ଵେଷ୍ଟଇଣ୍ଡିଜ। ରୋଭମାନ ପାଓ୍ଵେଲ ୩୪ ରନ ଓ ଜାସନ ହୋଲଡର ୩୭ ରନ ବିସ୍ଫୋରକ ଇନିଂସ ଖେଳିଛନ୍ତି। ରୋଷ୍ଟନ ଚେଜ ୪୦ ରନ କରିଛନ୍ତି।

 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜର ଦୁଇ ଓପନର ସାଇ ହୋପ୍ ଓ ରୋଷ୍ଟନ ଚେଜ୍ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ୯ ଓଭରରେ ୬୮ ରନ ଯୋଡ଼ିଥିଲେ। ସାଇ ହୋପ୍ ୩୨ ରନ କରି ଆଉଟ୍ ହୋଇଥିଲେ। ସିମରନ ହେଟମାୟର ଦ୍ରୁତ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଥିଲେ। ହେଟମାୟର ୧୨ ବଲରୁ ୨୭ ରନ କରି ବୁମରାଙ୍କ ଦ୍ଵାରା ଆଉଟ୍ ହୋଇଥିଲେ। କ୍ରିଜରେ ସେଟ୍ ଥିବା ରୋଷ୍ଟନ ଚେଜ୍ ୪୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।

Leave A Reply

Your email address will not be published.