ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ବିଶ୍ଵବାସୀ ଙ୍କୁ ସହାୟତା ର ହାତ ବଢ଼ାଇଛି ଭାରତ l ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି 108 ଟି ଦେଶକୁ 85 ନିୟୁତ ହାଇଡ୍ରୋକ୍ସି କ୍ଳୋରୋକୁଇନ ଟାବଲେଟ 500 ନିୟୁତ ପାରାସିଟାମଲ ଟାବଲେଟ ପଠାଇବାର ପ୍ରସ୍ତୁତି କରିଛି l ଭାରତୀୟ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ କେତେକ ଦେଶକୁ ଯୋଗାଇଦେଇଥିବା ବେଳେ ଆଉ କେତେକ ଦେଶକୁ ପଠାଯାଇଛି l ଯେଉଁ ଦେଶ ମାନଙ୍କରେ ଔଷଧ ର ଆବଶ୍ୟକତା ଅଧିକ ତତ୍କ୍ଷଣାତ୍ ଦରକାର ସେଠାରେ ଯଥାଶିଘ୍ର ପଠାଯାଉଛି l
କୋଭିଡ 19 ଭୁତାଣୁ ରୁ ରକ୍ଷା ପାଇବl ପାଇଁ ପ୍ରାୟତଃ ଦେଶ ମାନେ ଭାରତକୁ ଅନୁରୋଧ କରିଥିଲେ l ଏହାରି ଭିତରେ ଯେଉଁ ଦେଶ ଅଧିକ ପ୍ରଭାବିତ ହୋଇଛନ୍ତି ସେହି ଦେଶମାନଙ୍କୁ ଯାଥା ଶୀଘ୍ର ପଠାଯାଇଛି l କେତେକ ଦେଶ ଗୁଡ଼ିକୁ ହାଇଡ୍ରୋକ୍ସି କ୍ଳୋରୋକୁଇନ ଟାବଲେଟ ପଠାଇ ଦିଆଯିବ l ଯେଉଁ ଦେଶ ମାନଙ୍କର ପାରାସିଟାମଲ ଟାବଲେଟ ଆବଶ୍ୟକ ଅଛି ସେହି ଦେଶ ଗୁଡ଼ିକୁ ପାରାସିଟାମଲ ଟାବଲେଟ ପଠାଯିବ l ଯେଉଁ ଦେଶ ମାନଙ୍କୁ ଉଭୟ ଟାବଲେଟ ଦରକାର ଅଛି ସେହି ଦେଶ ମାନଙ୍କୁ ଉଭୟ ଔଷଧ ପଠାଯିବ l