ଏଜବାଷ୍ଟନରେ ଇତିହାସ ରଚିଲା ଭାରତ

0

ଓଡ଼ିଆ ନ୍ୟୁଜ୍: ୫୮ ବର୍ଷ ମରୁଡ଼ିର ଅନ୍ତ, ଏଜବାଷ୍ଟନରେ ଇତିହାସ ରଚିଲା ଭାରତ। ଇଂଲଣ୍ଡକୁ ହରାଇ ବିଦେଶ ମାଟିରେ ହାସଲ କଲା ବୃହତ ବିଜୟ। ଯେଉଁ କାମ ସୁନୀଲ ଗାଭାସ୍କରଙ୍କଠୁ ନେଇ ଧୋନୀ ଏବଂ କୋହଲି କରି ପାରି ନ ଥିଲେ ସେହି କାମ କରି ଦେଖାଇଛନ୍ତି ଶୁଭମନ ଗିଲ୍। ଏଜବାଷ୍ଟନରେ ୫୮ ବର୍ଷ ମରୁଡିର ଅନ୍ତଘଟାଇ ଐତିହାସିକ ବିଜୟ ହାସଲ କରିଛି ଭାରତୀୟ ଦଳ। ଘରୋଇ ଇଂଲଣ୍ଡକୁ ହରାଇ ଏଜବାଷ୍ଟନରେ ଜିତିଛି ପ୍ରଥମ ଟେଷ୍ଟ। ଅଧିନାୟକ ଶୁଭମନ ଗିଲ୍‌ଙ୍କ ଐତିହାସିକ ଇନିଂସ ସହ ଆକାଶ ଦୀପଙ୍କ ଘାତକ ବୋଲିଂ ବଳରେ ଭାରତ ଘରୋଇ ଇଂଲଣ୍ଡକୁ ଦ୍ଵିତୀୟ ଟେଷ୍ଟରେ ୩୩୬ ରନରେ ହରାଇଛି। ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୧-୧ରେ ବରାବର କରିଛି ଶୁଭମନ ଗିଲ୍‌ଙ୍କ ଦଳ। ଭାରତ ଦ୍ଵାରା ଧାର୍ଯ୍ୟ ୬୦୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୭୧ ରନରେ ଅଲଆଉଟ୍ ହୋଇଛି।

ଏଥିସହ ବିଦେଶ ମାଟିରେ ଭାରତ ନିଜର ସବୁଠୁ ବଡ଼ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ବିଦେଶ ମାଟିରେ ୨୦୧୯ରେ ଆଣ୍ଟିଗୁଆରେ ଓ୍ଵେଷ୍ଟଇଣ୍ଡିକୁ ୩୧୮ ରନରେ ପରାସ୍ତ କରିଛି। ଏଜବାଷ୍ଟନରେ ଭାରତ ପୂର୍ବରୁ ୮ଟି ମ୍ୟାଚ୍ ୭ଟି ହାରିଥିବା ବେଳେ ଗୋଟିଏ ଡ୍ର ରହିଥିଲା। ଆକାଶ ଦୀପ ପ୍ରଥମ ଇନିଂସରେ ୪ ଓ ଦ୍ଵିତୀୟ ଇନିଂସରେ ୬ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମହମ୍ମଦ ସିରାଜ ଉଭୟ ଇନିଂସରେ ୭ ଓ୍ଵିକେଟ୍ ନେଇଛନ୍ତି।

Leave A Reply

Your email address will not be published.