ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟି-୨୦ ବିଶ୍ୱକପ୍ରରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚଳିତ ଟି-୨୦ ବିଶ୍ଵକପରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭାରତ ପରାସ୍ତ କରିଛି। ବୋଲିଂରେ ଘାଇଲା କଲେ ବୁମ୍ରା ଓ ପାଣ୍ଡ୍ୟା। ରୋମାଞ୍ଚକର ମୁକାବିଲରେ ୬ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। କମ୍ ସ୍କୋର ଥିଲେ ବି ଭାରତର ଘାତକ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ। କହିବାକୁ ଗଲେ ପାକିସ୍ତାନ ହାତରୁ ଭାରତ ମ୍ୟାଚ୍ ଛଡାଇ ନେଇଛି।
ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏହି ହାଇ ଭୋଲଟେଜ ମୁକାବିଲାରେ ଭାରତ ବାଜି ମାରିଥିଲା । ବୋଲରଙ୍କୁ ସୁହାଉଥିବା ପିଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧୯ ରନ କରିବାକୁ ସକ୍ଷମ ହୋଇଥିଲା । ରିଷଭ ପନ୍ତ ୩୧ ବଲରେ ସଂଘର୍ଷପୂର୍ଣ୍ଣ ୪୨ ରନ କରିଥିଲେ । ୧୨୦ ରନର ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ମାତ୍ର ଭାରତୀୟ ବୋଲର ଲୟକୁ ଫେରିବା ପରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଯଶପ୍ରୀତ ବୁମରାହ ୪ ଓଭରରେ ୧୪ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ଏକଦା ପାକିସ୍ତାନକୁ ୩୦ ବଲରେ ୩୭ ରନ ଆବଶ୍ୟକ ହେଉଥିଲା ମାତ୍ର ନାଟକୀୟ ଢ଼ଙ୍ଗରେ ଭାରତ ୬ ରନରେ ବିଜୟ ହାସଲ କରିଥିଲା । ଏହି ବିଜୟ ସହ ଭାରତ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ପାକିସ୍ତାନ ବିପଦରେ ପଡି ଯାଇଛି । ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ପରେ ଭାରତ ୧୨୦ ରନର ଟାର୍ଗେଟକୁ ଡିଫେଣ୍ଡ କରିବାରେ ସଫଳ ହୋଇଛି ।