ଭାରତୀୟ ବିମାନସେବାରେ ଚାକିରି ହରାଇପାରନ୍ତି 29 ଲକ୍ଷ ନିଯୁକ୍ତ

0

ମହାମାରୀ କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି l ଏହି ମହାମାରୀ କରୋନା ଭାଇରସ୍ ଭାରତରେ ମଧ୍ୟ ତାହାର ପ୍ରଭାବ ବିସ୍ତାର କରିବାରେ ଲାଗିଛି l ମହାମାରୀ କରୋନା ଭାଇରସ୍ ଦ୍ଵାରା ସଂକ୍ରମିତଙ୍କ ଜୀବନ ଯିବା ସହ ବିଶ୍ୱରେ ଅର୍ଥନୈତିକ ବିକାଶ ରେ ତାହାର ନକାରାତ୍ମକ ପ୍ରଭାବ ପକାଇଛି l ଏହି ଭାଇରସ୍ କାରଣରୁ ବିଭିନ୍ନ ଶିଳ୍ପ ମଧ୍ୟ ଏହି ଭାଇରସ୍ ଦ୍ଵାରା ଗୁରୁତର କ୍ଷତିଗ୍ରସ୍ତ ହୋଇଛି l ଏହାରି ଭିତରେ ହୋଟେଲ, ପର୍ଯ୍ୟଟନ, ବିମାନ ଚଳାଚଳ ଇତ୍ୟାଦି ଅଧିକ ପ୍ରଭାବିତ ହୋଇଛି l

ଭାରତୀୟ ବିମାନ ସେବା ଆସନ୍ତା ମେ ମାସ 3 ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ସେବା ବନ୍ଦ କରିଦିଆଯାଇଛି l ଏହି ବିମାନ ଚଳାଚଳ ସେବା ବନ୍ଦ ହେବାରୁ ବିମାନ ସେବା କମ୍ପାନୀ ମାନେ ବାହୁତ କ୍ଷତି ସହୁଛନ୍ତି l ଆନ୍ତର୍ଜାତିକ ବିମାନ ପରିବହନ ସଂଗଠନ ପକ୍ଷରୁ ଅଟକଳ କରାଯାଇଛି ଯେ ଭାରତରେ ବିମାନ ସେବା ବନ୍ଦ ଯୋଗୁଁ ପ୍ରାୟ 29 ଲକ୍ଷ 32 ହଜାର ନିଯୁକ୍ତ ପ୍ରଭାବିତ ହେବେ ବୋଲି ଅଟକଳ କରାଯାଇଛି l ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ରେ ଏତେ ସଂଖ୍ୟକ ଛଟେଇ ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ l ଏତେ ସଂଖ୍ୟକ ଛଟେଇ ପରେ ଦେଶରେ ବେରୋଜଗାର ମାନଙ୍କ ସଂଖ୍ୟା ବଢ଼ିଯାଇ ପାରେ l

Leave A Reply

Your email address will not be published.