ଇରାନରୁ ସୁରକ୍ଷିତ ଫେରିଲେ ୧୧୦ ଛାତ୍ର

0

ଓଡ଼ିଆ ନ୍ୟୁଜ୍: ଯୁଦ୍ଧ ପ୍ରଭାବିତ ଇରାନରୁ ଫେରିଲେ ଛାତ୍ର।ଦିଲ୍ଲୀ ଇନ୍ଦିରା ଗାନ୍ଧି ବିମାନବନ୍ଦରରେ ପହଞ୍ଚିଲେ ଛାତ୍ର।ଅରମେନିଆ ଓ ଦୋହା ହୋଇ ଭାରତ ଫେରିଲେ।୧୧୦ ଛାତ୍ରଙ୍କ ମଧ୍ୟରୁ ୯୦ ଜଣ ଜାମ୍ମୁ ଓ କାଶ୍ମୀରର।‘ଅପରେସନ ସିନ୍ଧୁ’ରେ ଫେରୁଛନ୍ତି ଇରାନରେ ଫସିଥିବା ଛାତ୍ର।ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏହି ସମୟରେ ଇରାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ଆରମ୍ଭ କରିଥିବା ‘ଅପରେସନ୍ ସିନ୍ଧୁ’ର ପ୍ରଥମ ପର୍ଯ୍ୟାୟରେ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ଫେରିଛନ୍ତି। ଗୁରୁବାର ଭୋର ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣି ଆସିଥିବା ବିମାନ ନୂଆଦିଲ୍ଲୀରେ ଅବତରଣ କରିଛି । ସେମାନଙ୍କ ମଧ୍ୟରୁ ୯୦ ଜମ୍ମୁ-କାଶ୍ମୀରର ଅଛନ୍ତି ।

ଇରାନ ତାର ଆକାଶପଥ ବନ୍ଦ କରିଥିବାରୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଆର୍ମେନିଆ ନିଆଯାଇଥିଲା ।ସେଠାରୁ ଆର୍ମେନିଆ ସରକାର ଓ ଭାରତୀୟ ଦୂତାବାସ ସହଯୋଗରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ପଠାଯାଇଛି । ଇରାନରୁ ଆର୍ମେନିଆ ରାଜଧାନୀ ୟେରଭାନ ଦେଇ ସମସ୍ତେ ଦିଲ୍ଲୀ ଫେରିଛନ୍ତି ।ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନଉଥିବା ବେଳେ ଭାରତୀୟଙ୍କ ସୁରକ୍ଷା ଦୃଷ୍ଟିରୁ ଇରାନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାରକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.