ହ୍ରାସ ହେବ ବନ୍ଦେ ଭାରତ ଟ୍ରେନ୍‌ ଟିକେଟ୍‌ ମୂଲ୍ୟ!

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  କମ୍‌ ଯାତ୍ରୀ ହେଉଥିବା କେତେକ ସ୍ବଳ୍ପ ଦୂରଗାମୀ ବନ୍ଦେ ଭାରତ ଟ୍ରେନ୍‌ର ଟିକେଟ୍‌ ମୂଲ୍ୟ ହ୍ରାସ କରିପାରେ । ରେଳବାଇ ଉକ୍ତ ଟ୍ରେନ୍‌ଗୁଡ଼ିକର ଯାତ୍ରୀଭଡ଼ା ସମୀକ୍ଷା କରିବା ସହିତ ଯାତ୍ରୀମାନଙ୍କୁ ସୁହାଇବା ଭଳି ଭଡ଼ା ଧାର୍ୟ୍ୟ କରିବାକୁ ବିଚାର କରୁଛି।

ଇନ୍ଦୋର-ଭୋପାଳ, ଭୋପାଳ-ଜବଲପୁର ଓ ନାଗପୁର-ବିଳାସପୁର ଏକ୍ସପ୍ରେସ୍‌ ଭଳି କ‌େତେକ ବନ୍ଦେ ଭାରତ ଟ୍ରେନ୍‌ ଏହି ବର୍ଗରେ ପଡୁଛନ୍ତି।ସୂଚନାଯୋଗ୍ୟ, ଭୋପାଳ-ଜବଲପୁର ବନ୍ଦେ ଭାରତ ସର୍ଭିସ୍‌ରେ ୨୯% ଯାତ୍ରୀ ହେଉଥିବା ବେଳେ ଇନ୍ଦୋର୍‌-ଭୋପାଳ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ମାତ୍ର ୨୧% ଯାତ୍ରୀ ହେଉଛନ୍ତି।

ଏଥିରେ ଭଡ଼ା ବାବଦକୁ ‘ଏସି ଚେୟାର୍‌ କାର୍‌’ ଟିକେଟ୍‌ର ମୂଲ୍ୟ ୯୫୦ ଟଙ୍କା ଏବଂ ‘ଏକ୍ଜିକ୍ୟୁଟିଭ୍‌ ଚେୟାର୍‌ କାର୍’ ଟିକେଟର ମୂଲ୍ୟ ୧,୫୨୫ ଟଙ୍କା ପଡୁଛି। ରେଳବାଇର ସମୀକ୍ଷା ପରେ ଏହି ସବୁ ବନ୍ଦେ ଭାରତ ସର୍ଭିସ୍‌ର ଯାତ୍ରୀଭଡ଼ା ଉଲ୍ଲେଖନୀୟ ଭାବେ ହ୍ରାସ ପାଇପାରେ। ଏହିସବୁ ଟ୍ରେନ୍‌ରେ ଯାତ୍ରା କରିବା ଲାଗି ଅଧିକ ଯାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଟିକେଟ୍‌ ଦର ହ୍ରାସ ଯୋଜନା କରାଯାଉଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଏହାଛଡ଼ା, ନାଗପୁର-ବିଳାସପୁର ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ର ଯାତ୍ରୀ ଭଡ଼ା ମଧ୍ୟ ସମୀକ୍ଷା କରାଯାଉଛି। ଏଥିରେ ହାରାହାରି ୫୫% ଯାତ୍ରୀ ହେଉଛନ୍ତି।

ଟିକେଟ୍‌ ମୂଲ୍ୟ ହ୍ରାସ ହେଲେ ଏଥିରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବ ବ‌ୋଲି ଆଶା କରାଯାଉଛି।

Leave A Reply

Your email address will not be published.