ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଅପରେସନ ଅଜୟ’ରେ ଇସ୍ରାଏଲରୁ ଦ୍ବିତୀୟ ପର୍ଯ୍ୟାୟରେ ସ୍ବଦେଶ ଫେରିଲେ ଭାରତୀୟ । ଦୁଇ ଶିଶୁଙ୍କ ସମେତ ୨୩୫ ଭାରତୀୟ ନାଗରିକଙ୍କୁ ନେଇ ଏହି ସ୍ବତନ୍ତ୍ର ବିମାନ ଆଜି ସକାଳେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି । ଗତକାଲି ରାତିରେ ବିମାନଟି ତେଲ ଅଭିଭ ଛାଡିଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରୀ ରାଜକୁମାର ରଂଜନ ସିଂ ବିମାନ ବନ୍ଦରରେ ଭାରତୀୟ ନାଗରିକମାନଙ୍କୁ ସ୍ୱାଗତ କରିଛନ୍ତି।
ଇସ୍ରାଏଲରୁ ସ୍ବଦେଶ ଫେରିଥିବା ଜଣେ ଭାରତୀୟ ନାଗରିକ କହିଛନ୍ତି ଯେ, ଅପରେସନ ଅଜୟ ଯୋଗୁଁ ଆମେ ଆଜି ନିଜ ଦେଶକୁ ଫେରିପାରିଛୁ । କେନ୍ଦ୍ର ସରକାରଙ୍କ ଏହା ଏକ ଭଲ ପଦକ୍ଷେପ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଇସ୍ରାଏଲରେ ଆମର ଦୂତାବାସକୁ ଧନ୍ୟବାଦ ଜଣାଉଛି । ଅନେକ ଛାତ୍ରଛାତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି ସେମାନେ ଭାରତ ଫେରିପାରିବେ ନା ନାହିଁ ।ଶୁକ୍ରବାର ସକାଳେ ଇସ୍ରାଏଲରୁ ପ୍ରଥମ ବ୍ୟାଚରେ 212 ଜଣ ଭାରତୀୟ ନାଗରିକଙ୍କୁ ନେଇ ସ୍ବତନ୍ତ୍ର ଚାର୍ଟାର ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲା ।
କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ଉପସ୍ଥିତ ରହି ଭାରତୀୟମାନଙ୍କୁ ସ୍ବାଗତ କରିଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ନାଗରିକମାନେ ଭାରତ ସରାକରଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଅପରେସନ ଅଜୟକୁ ପ୍ରଶଂସା କରଥିଲେ । ତେବେ ଭାରତୀୟଙ୍କ ସୁରକ୍ଷା ଏବଂ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।