ଭାଙ୍ଗିଲା ଭାରତର ୪୦ ବର୍ଷର ରେକର୍ଡ, ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଓପନିଂ କଲେ ରୋହିତ ଓ ଜୟସ୍ୱାଲ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଡୋମିନିକାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଏଥି ସହିତ, ଏହି ମ୍ୟାଚରେ ଭାରତର ୪୦ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଯାଇଛି। ଏହି ମ୍ୟାଚରେ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ବାମହାତୀ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ୱାଲ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ରୋହିତ ଏବଂ ଜୟସ୍ୱାଲ ଓପନିଂକୁ ଆସିବା ମାତ୍ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଯାଇଥିଲା। ଏହି ଟେଷ୍ଟ ମ୍ୟାଚରେ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଥିବା ଦୁଇ ବ୍ୟାଟ୍ସମ୍ୟାନ୍‌ ଭାରତ ପାଇଁ ଓପନିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ।
୧୯୮୩ରେ ଶେଷ ଥର ପାଇଁ ଏହା ଘଟିଥିଲା। ଜୟସ୍ବାଲଙ୍କ ସହ ରୋହିତ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ମୁମ୍ବାଇ ପାଇଁ ଖେଳନ୍ତି। ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କର ଶେଷ ଥର ପାଇଁ ୧୯୮୩ରେ ଏହା କରିଥିଲେ। ବର୍ତ୍ତମାନ ରୋହିତ ଏବଂ ଜୟସ୍ବାଲି ଏହି ୪ ଦଶନ୍ଧି ପୁରୁଣା ଇତିହାସକୁ ପୁନରାବୃତ୍ତି କରିଛନ୍ତି। ୧୯୮୩ର ଏହି ଟେଷ୍ଟ ମ୍ୟାଚ କରାଚିରେ ଖେଳାଯାଇଥିଲା। ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କର ନିଜ କ୍ୟାରିୟରରେ ମୁମ୍ବାଇ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଏହି ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ପାଇଁ ଖେଳୁଥିବା ରୋହିତ ଶର୍ମା ଏବଂ ଜୟସ୍ବାଲଙ୍କ ସହ ମୋଟ ଚାରିଜଣ ଖେଳାଳି ଭାରତ ପାଇଁ ଖେଳୁଛନ୍ତି। ଅବଶିଷ୍ଟ ଦୁଇ ଖେଳାଳି ହେଉଛନ୍ତି ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର।

Leave A Reply

Your email address will not be published.