ଓଡ଼ିଆ ନ୍ୟୁଜ୍: ଦେଶର ଅର୍ଥନୀତିରେ ଜୋରଦାର୍ ପ୍ରଦର୍ଶନ; GDPରେ ଅଭିବୃଦ୍ଧି। ପ୍ରଥମ ତ୍ରୈମାସିକରେ ମୋଟ୍ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ୭.୮%।ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ତଥ୍ୟ।ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ, କିନ୍ତୁ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ)ରେ ଭାରତର ଜିଡିପି(ସକଳ ଘରୋଇ ଉତ୍ପାଦ) ବୃଦ୍ଧି ହାର ୭.୮%ରେ ପହଞ୍ଚି ସମସ୍ତ ଆକଳନକୁ ଅତିକ୍ରମ କରିଛି। ଶୁକ୍ରବାର ଜାରି ହୋଇଥିବା ସରକାରୀ ତଥ୍ୟ ଅନୁସାରେ, ମୁଖ୍ୟତଃ କୃଷି କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ଯୋଗୁଁ ଏହି ବୃଦ୍ଧି ହାସଲ ହୋଇଛି। ଏହା ସହିତ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୁଥିବା ପ୍ରମୁଖ ଅର୍ଥନୀତି ଭାବେ ନିଜର ସ୍ଥାନ ବଜାୟ ରଖିଛି, ଯେହେତୁ ଏହି ତ୍ରୈମାସିକରେ ଚାଇନାର ଜିଡିପି ବୃଦ୍ଧି ହାର ମାତ୍ର ୫.୨% ଥିଲା।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO)ର ତଥ୍ୟ ଅନୁସାରେ, ଏହା ପୂର୍ବରୁ ସର୍ବୋଚ୍ଚ ଜିଡିପି ବୃଦ୍ଧି ୨୦୨୪ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ ୮.୪% ଥିଲା। ଚଳିତ ବର୍ଷର ଏପ୍ରିଲ-ଜୁନ ତ୍ରୈମାସିକରେ କୃଷି କ୍ଷେତ୍ରରେ ୩.୭% ବୃଦ୍ଧି ହାସଲ ହୋଇଛି, ଯାହା ୨୦୨୪-୨୫ର ଏହି ତ୍ରୈମାସିକରେ ମାତ୍ର ୧.୫% ଥିଲା। ଏହା ସହିତ ଉତ୍ପାଦନ କ୍ଷେତ୍ର (Manufacturing)ର ବୃଦ୍ଧି ହାର ୭.୭%କୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ଏହି ତ୍ରୈମାସିକରେ ୭.୬% ଥିଲା।