ଶିଳ୍ପଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରବିବାର ଦିବା ୧୧ ଟା ସମୟରେ ତକତପୁର ସ୍ଥିତ ହୋଲି ପ୍ୟାଲେସ ଠାରେ OASME ଓ ଜିଲ୍ଲା ଶିଳ୍ପକେନ୍ଦ୍ର ମୟୂରଭଞ୍ଜଙ୍କ ମିଳିତ ସହଯୋଗରେ ଶିଳ୍ପଦ୍ୟୋଗୀ ମାନଙ୍କୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ OASME ର ଚେୟାରମେନ ଗୌରିଶଙ୍କର ଦାସ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବଳଭଦ୍ର ନାୟକ, ଜିଲ୍ଲା ଶିଳ୍ପ ସଂଘର ସାଧାରଣ ସମ୍ପାଦକ ସୌମ୍ୟରୂପ ଦାସ, OASME ର ସାଧାରଣ ସମ୍ପାଦକ ସସ୍ତିକ ସ୍ୱାଇଁ, OASME ର ନର୍ଥ ଜୋନର ଉପ ସମ୍ପାଦକ ଜଗଦୀଶ ମିଶ୍ରା, OASME ର ମହିଳା ବିଭାଗର ଅଧ୍ୟକ୍ଷ ଜ୍ୟୋତିର୍ମୟୀ ମହାନ୍ତି, DIPA ର ଟିମ୍ ଲିଡ ଗୌରିଶଙ୍କର ଗିରି, DIC ର ସହଶିଳ୍ପୀ ଅଧିକାରୀ ଦିନେଶ ଶଙ୍କର ହୋତା ଯୋଗ ଦେଇଥିଲେ। ଶିଳ୍ପ କ୍ଷେତ୍ରରେ ପଛୁଆ ଜିଲ୍ଲା ଭାବରେ ପରିଗଣିତ ମୟୂରଭଞ୍ଜ ରେ ଶିଳ୍ପର ବିକାଶ ପାଇଁ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ନିମନ୍ତେ ସରକାରଙ୍କ ନିକଟରେ ଦାବି ରଖିବାକୁ ସୌମ୍ୟରୂପ ଦାସ ମତାମତ ରଖିଥିଲେ।

ଜିଲ୍ଲାରେ ଶିଳ୍ପଦ୍ୟୋଗୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ OASME ର ସହଯୋଗ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଶ୍ରୀ ସ୍ୱାଇଁ ଆଲୋଚନା କରିଥିଲେ। ଉଦ୍ୟଗୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କିପରି ହୋଇ ପାରିବ OASME ର କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ। ଶେଷରେ OASME ର କର୍ମକର୍ତ୍ତା ଶ୍ରୀ ଆଦିକନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଜିଲ୍ଲାର ୬୪ ଜଣ ପ୍ରମୁଖ ଉଦ୍ୟୋଗୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.