ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ରାଉନସୁଗାର ବିକ୍ରି କରୁଥିବା ଗ୍ୟାଙ୍ଗ ଉପରେ ଚଢାଉ। ୩ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ।ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଏକ ସୂଚନା ଆଧାରରେ ଇନଫୋଭ୍ୟାଲି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଯାଁଳା ଅନ୍ତର୍ଗତ ଲକ୍ଷ୍ମୀପୂଜା ମଣ୍ଡପ ନିକଟରେ ସଦଳବଳେ ଅତର୍କିତ ଚଢଉ କରିଥିଲେ । ଚଢଉ ବେଳେ ପୁଲିସ ସର୍ବ ସାଧାରଣ ସ୍ଥାନରେ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତଙ୍କର ତଲାସି ବେଳେ ଇନଫୋଭ୍ୟାଲି ଥାନା ପୁଲିସ ସେମାନଙ୍କ ନିକଟରୁ ୨୭.୭୦ଗ୍ରାମ ଓଜନର ବ୍ରାଉନ ସୁଗାର, ଦୁଇଟି ମୋଟରସାଇକେଲ ଏବଂ ୧,୨୦୦ଟଙ୍କା ଜବତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଏଯାବତ, ମୋଟ ୯୪ଟି ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୭୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ମୋଟ ୨କେଜି ୫୫୮ଗ୍ରାମ ୩୭୦ମିଲିଗ୍ରାମ ଓଜନର ବ୍ରାଉନସୁଗାର, ୭,୬୩,୦୩୦/-ଟଙ୍କା, ୩୧୦ଗ୍ରାମ ସୁନା, ୪୫୦ଗ୍ରାମ ରୁପା, ୮୨ଟି ମୋବାଇଲ ଫୋନ ଏବଂ ୪୦ଟି ଦୁଇ/ତିନି/ଚାରି ଚକିଆ ଯାନ, ଗୋଟିଏ ଲାପଟପ ଏବଂ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।