କଟକ ଚୌଦ୍ୱାରରୁ ଆହତ ହରିଣ ଉଦ୍ଧାର, ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଜିଲ୍ଲା ଚୌଦ୍ୱାର କଜଳକଣା ଶିଳ୍ପଅଞ୍ଚଳ ରେ ଥିବା ଫ୍ଲିପ କାର୍ଟ ପରିସରରେ 2ଟି ହରିଣ ଛୁଆ ଆଠଗଡ ବନଖଣ୍ଡ ବାଳି ଜଙ୍ଗଲରୁ ପାଣି ପିଇବା ପାଈଁ ଆସିଥିଲେ। ହରିଣ କୁ ଦେଖି ଲୋକେ ଗୋଡ଼ାଇବାରୁ ଗୋଟିଏ ହରିଣ ଚାଲି ଯାଇଥିବା ବେଳେ ଗୋଟିଏ ହରିଣ କମ୍ପାନୀ ତରଫରୁ ଉଠାଜାଉ ଥିବା ଖାଲରେ ପଡିଯାଇଥିଲା। ପରେ ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହରିଣ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଚୌଦ୍ୱାର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣିଛନ୍ତି।

ସାଧାରଣ ରେ ପ୍ରଶ୍ନ ଉଠୁଛି ପଶୁମାନଙ୍କ ପାଣି ପିଇବା ପାଇଁ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ବ୍ଯୟ ରେ କମ୍ପା ଫଣ୍ଡ ରେ ର୍ନିମିତ ହେଉଥିବା ଏଲବିସିଡ଼ି ପୋଖରୀ ପଶୁପକ୍ଷୀଙ୍କର କାମରେ ଲାଗୁନି ବୋଲି ଏହି ଘଟଣା ସ୍ପଷ୍ଟ ପ୍ରମାଣିତ କରୁଛି।ହରିଣ ଟିକୁ ଚିକିତ୍ସା ପରେ ଡ଼ମ ଡ଼ମଣି ଜଙ୍ଗଲ ରେ ଛଡ଼ାଯିବ ବୋଲି ଚୌଦ୍ୱାର ବନପାଳ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.