ବିଦ୍ୟୁତ ଖୁଣ୍ଟରେ କାମ କରୁଥିଲାବେଳେ ବିଦ୍ୟୁତ ଆଘାତରେ ଆହତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଦ୍ୟୁତ ଖୁଣ୍ଟରେ କାମ କରୁଥିଲାବେଳେ ବିଦ୍ୟୁତ ଆଘାତରେ ଆହତ। ବିଦ୍ୟୁତ ଖୁଣ୍ଟ ରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ବିଦ୍ୟୁତ କର୍ମଚାରି ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି।କଟକ ମେଡିକାଲ ସ୍ଥାନାନ୍ତର।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଂଚାୟତ ରାଈକୁଳା ଗ୍ରାମ ରେ ଆଜି କିଛି ବ୍ୟକ୍ତି ଙ୍କ କରେଣ୍ଟ ନଥିବାରୁ ସେ ବିଦ୍ୟୁତ କର୍ମଚାରୀ ଙ୍କୁ ଖବର ଦେଇଥିଲେ l ବିଦ୍ୟୁତ କର୍ମଚାରୀ କଲିହା ଗ୍ରାମ ର ଚକ୍ରଧର ବେହେରା ଗ୍ରାମ କୁ ଯାଇ ଟ୍ରାନ୍ସଫର୍ମରୁ ବିଦ୍ୟୁତ କାଟି ଖୁଣ୍ଟ ରେ ଚଢି କାମ କରୁଥିବା ହଠାତ ବିଦ୍ୟୁତ ଆଘାତ ରେ ତଳେ ପଡିଯାଇଥିଲେ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ପ୍ରଥମେ ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ।

ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଚକ୍ରଧରକୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି l ଏଠି ପ୍ରଶ୍ନ ଉଠୁଛି ଚକ୍ରଧର ବେହେରା ଙ୍କୁ ଖୁଣ୍ଟି ଚଢିବାର ନିୟମ ନଥିବା ବେଳେ କାହା ନିର୍ଦେଶ ରେ ସେ ଖୁଣ୍ଟି ଚଢ଼ିଥିଲେ l ଅନ୍ୟପଟେ ବିଦ୍ୟୁତ ସଂଯୋଗ କାଟା ଯାଇ ଥିବାବେଳେ କିପରି ବିଦ୍ୟୁତ ଆସିଥିଲା ତାହା ତଦନ୍ତ ପରେ ହିଁ ଜଣାପଡିବ l

Comments are closed.