ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନନ୍ଦପୁର ବ୍ୟାରେଜ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଗତ ଶୁକ୍ରବାର ପ୍ରଭାସଙ୍କ ଘର, କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।
ଶ୍ରୀ ପ୍ରଧାନଙ୍କୁ ଗତକାଲି ଠାରୁ ଦୀର୍ଘ ସମୟ ଧରି ମାରାଥନ ଜେରା କରିବା ପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ପ୍ରଭାସ କୁମାର ପ୍ରଧାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା, ସ୍କୁଟି , କାର , ପୋଷ୍ଟଲ୍ ଡିପୋଜିଟ, ଇନ୍ସୁରାନ୍ସ, ସୁନା, ନଗଦ ଟଙ୍କା ଓ ଆସବା ପତ୍ର ଆଦି ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୧୮ ଲକ୍ଷ ୬୩ ହଜାର ୭୫୩ ଟଙ୍କା ମୂଲ୍ୟର ଆକଳନ କରିଛି ଭିଜିଲାନ୍ସ ବିଭାଗ।
ଏହାବ୍ୟତୀତ ୫ ମହଲା କୋଠା, ମାର୍କେଟ କଂପ୍ଲେକ୍ସ, ୧୧ ଲକ୍ଷ ଟଙ୍କା, ୩୩୫ ଗ୍ରାମ ସୁନା, ୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ୧୧ ଲକ୍ଷ ୭୦ ହଜାର ନଗଦ ଟଙ୍କା ମିଳିଥିଲା। ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬ କୋଟି ୩୩ ଲକ୍ଷ ୫୬ ହଜାର ୩୧୫ ଟଙ୍କା ଆକଳନ କରିଛି ଭିଜିଲାନ୍ସ ବିଭାଗ। ଏହାସହ ବେଆଇନ ଭାବରେ ଜବତ ହୋଇଥିବା ୨ ହଜାର ଟଙ୍କିଆ ବାବଦରେ ବ୍ୟାଙ୍କ ସହ ଯୋଗାଯୋଗ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ଏସ ପି କହିଛନ୍ତି।
Comments are closed.