ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୋଗ କଲା ସାରା ବିଶ୍ୱ । ଦେଶବ୍ୟାପୀ ପାଳିତ ହୋଇଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥରର ଥିମ୍ ରହିଛି ‘ସ୍ୱୟଂ ଓ ସମାଜ ପାଇଁ ଯୋଗ’। ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।
ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରାୟ ୭ହଜାର ଲୋକଙ୍କ ସହ ସାମିଲ ହୋଇ ଯୋଗ କରିଛନ୍ତି ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ ପ୍ରତି ସାରା ବିଶ୍ୱ ଆକର୍ଷିତ ହୋଇଛି। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି। ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ। ଯୋଗ ଯୁବପିଢିଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଯୋଗ ଏବଂ ସାଧନାର ମାଟି କାଶ୍ମୀରକୁ ଆସିବାର ସୁଯୋଗ ପାଇଛି।
ଶ୍ରୀନଗରରେ ଯୋଗରୁ ଆସୁଥିବା ‘ଶକ୍ତି’ ଅନୁଭବ କରିପାରିବା। କାଶ୍ମୀରରୁ ଭାରତବାସୀ ଏବଂ ଯୋଗ ଦିବସ ଅବସରରେ ବିଶ୍ୱବାସୀଙ୍କୁ ମୁଁ ମୋର ଶୁଭେଚ୍ଛା ଜଣାଉଛି | ଚଳିତ ବର୍ଷ ଭାରତରେ ଜଣେ ୧୦୧ ବର୍ଷ ବୟସ୍କା ମହିଳା ଯୋଗ ଶିକ୍ଷକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେ କଦାପି ଭାରତ ଗସ୍ତ କରିନାହାନ୍ତି, କିନ୍ତୁ ଯୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଆଜି ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ତଥା ଅନୁଷ୍ଠାନରେ ଯୋଗ ଶିକ୍ଷା ଦିଆଯାଉଛି।