ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସାମାଜିକ ପ୍ରଗତିକୁ ରୋକୁଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ଦୁର୍ନୀତି ମୁଖ୍ୟ ବା ପ୍ରଧାନ। ଏହି କାରଣରୁ, ଗରିବ ଏବଂ ଦୁର୍ବଳ ଶ୍ରେଣୀ ଲୋକଙ୍କ ନିକଟରେ ସହାୟତା ପହଞ୍ଚିପାରୁ ନାହିଁ କିମ୍ବା ସେମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉନ୍ତି।

ଦୁର୍ନୀତି ସମାଜର ବିକାଶରେ ଏକ ପ୍ରମୁଖ ପ୍ରତିବନ୍ଧକ କହିଲେ କିଛି ଭୁଲ୍ ହେବନି। ଅକ୍ଟୋବର ୩୧, ୨୦୦୩ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଆନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହି ଦିନ ଡିସେମ୍ବର 9କୁ ଦୁର୍ନୀତି ନିବାରଣ ଦିବସ ରୂପେ ପାଳନ କରାଯିବାକୁ ନିର୍ଣ୍ଣୟ ନିଆ ଯାଇଥିଲା।ଦୁର୍ନୀତି ବର୍ତ୍ତମାନ ସମଗ୍ର ବିଶ୍ୱକୁ ବ୍ୟାପିଛି। ଏହା କେବଳ ଜଣେ ବ୍ୟକ୍ତି କିମ୍ବା ସମ୍ପ୍ରଦାୟର ସମସ୍ୟା ନୁହେଁ, ବର୍ତ୍ତମାନ ଦୁର୍ନୀତି ପୂରା ବିଶ୍ୱର ସମସ୍ୟା ପାଲଟିଯାଇଛି।

ଦୁର୍ନୀତି ବାଟରେ ସମାଜର କିଛି ଲୋକ ଭୁଲ୍ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି। ଯାହା ଫଳରେ ସେବାର ହକଦାର ଥିବା ହିତାଧିକାରୀଙ୍କୁ ନିଜ ଅଧିକାରରୁ ବଞ୍ଚିତ ହେବାକୁ ପଡୁଛି। ଏଥିସହ ଧନୀ, ଧନୀ ହୋଇଯାଉ ଥିବାବେଳେ ଗରିବ, ଗରିବ ହୋଇ ରହିଯାଉଛି। ଏଭଳି ପରିସ୍ଥିତିରେ ସମାଜର ବଞ୍ଚିତ ବର୍ଗର କଲ୍ୟାଣ ପାଇଁ ଦୁର୍ନୀତି ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସଚେତନ ହୋଇ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାନ୍ତୁ।

Leave A Reply

Your email address will not be published.