ଓଡ଼ିଆ ନ୍ୟୁଜ୍: ପୁଣି ଅଶାନ୍ତ ମଣିପୁର । ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦକୁ ନେଇ ଅଶାନ୍ତ ହେବାରେ ଲାଗିଛି ମଣିପୁର । ଯେଉଁଥିପାଇଁ ୫ ଜିଲ୍ଲାରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ୫ ଟି ଜିଲ୍ଲା ଇମ୍ଫାଲ ୱେଷ୍ଟ, ଇମ୍ଫାଳ ଇଷ୍ଟ, ଥୌବଲ, ବିଷ୍ଣୁପୁର ଓ କକଚିଂଗ୍ ଜିଲ୍ଲାରେ ଇଣ୍ଟରନେଟ୍ ଓ ମୋବାଇଲ୍ ସେବା ବନ୍ଦ କରଯାଇଛି । ଖାଲି ସେତିକି ନୁହେଁ ବିିଷ୍ଣୁପୁର ଜିଲ୍ଲାରେ ପୁଣି କର୍ଫ୍ୟୁ ଆରମ୍ଭ ହୋଇଛି । ରାଜ୍ୟରେ ବଢୁଥିବା ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।ଜାତୀୟ ପ୍ରତିବନ୍ଧ ଓ ମୈତେଇ ସମ୍ପ୍ରଦାୟର ଅରାମବାଇ ତେଂଗୋଲ ନାମକ ଜଣେ ନେତାଙ୍କ ଗିରଫ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଯେଉଁଥିପାଇଁ ପୁଣି ମଣିପୁର ଅଶାନ୍ତ ହେବାରେ ଲାଗିଛି । ସୋସିଆଲ ମିଡିଆ ଦ୍ୱାରା ରାଜ୍ୟରେ କିଛି ଅସାମାଜିକ କାର୍ଯ୍ୟକଳାପ ନ ହେଉ ଯାହାକୁ ନେଇ ମଣିପୁର ପ୍ରଶାସନକୁ ଭୟ ଘାରିଛି । ପ୍ରଶାସନ ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଛି । ଗୃହ ବିିଭାଗ ସଚିବ ଏନ୍ ଅଶୋକ କୁମାର ଏହି ବିଜ୍ଞପ୍ତି ଜାରି କରିଛନ୍ତି ।