ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଇପିଏଲ ୨୦୨୩ର ୨୪ତମ ମ୍ୟାଚରେ ବାଙ୍ଗାଲୋରକୁ ୮ ରନ୍ରେ ପରାସ୍ତ କରିଛି ଚେନ୍ନାଇ । ଦ୍ବି୍ତୀୟ ପାଳିରେ ବାଙ୍ଗାଲୋର ୨୨୭ ରନ୍ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକଟେ ହରାଇ ୨୧୮ ରନ୍ କରିବାରେ ସକ୍ଷମ ହୋଇଛି। ବାଙ୍ଗାଲୋର ପକ୍ଷରୁ ଫାଫ୍ ଡୁ ପ୍ଲେସିସ୍ ୬୨ ରନ୍ କରିଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ ଦମ୍ଦାର ୩୬ ବଲରେ ୭୬ ରନ୍ କରିଥିଲେ ସୁଦ୍ଧା ବାଙ୍ଗାଲୋରକୁ ବିଜୟ ଦେବାରେ ସକ୍ଷ୍ୟମ ହୋଇନଥିଲେ ।
ଚେନ୍ନାଇ ପକ୍ଷରୁ ପ୍ରଥମରୁ ଦୁବର୍ଳ ବୋଲିଂ ଦେଖିବାକୁ ମିଳିଥିଲା କିନ୍ତୁ ପରେ ବୋଲରମାନେ ମ୍ୟାଚକୁ ନିଜ ଅକ୍ତିଆରକୁ ନେଇ ଆସିଥିଲେ । ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୩ଟି ୱିକେଟ ନେଇଥିବା ବେଳେ ମାଥେଶା ପାଥିରାନା ୨ଟି ୱିକେଟ, ଆକାଶ ସିଂ, ମହିଷ ଥିଙ୍କଶାନ୍, ମୋଇନ୍ ଅଲି ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ଚେନ୍ନାଇ ୬ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ୩ୟ ସ୍ଥାନରେ ରହିଛି ।
ପ୍ରଥମ ପାଳିରେ ବାଙ୍ଗାଲୋର ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ କରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ସର୍ବାଧିକ ୮୩ ରନ କରିଥିଲେ । ସେ ମାତ୍ର ୪୫ଟି ବଲରୁ ୬ଟି ଛକା ଓ ୬ଟି ଚୌକା ସହ ଏହି ସ୍କୋର କରିଥିଲେ । ଶିବମ ଦୁବେ ୫୨ରନ ଓ ଅଜିଙ୍କ୍ୟ ରାହାଣେ ୩୭ ରନ କରିଥିଲେ ।
ମୋଇନ ଅଲ୍ଲି ୧୯ରନ କରିଥିବାବେଳେ ଅମ୍ବାତି ରାୟଡୁ ୧୪ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ, ଓ୍ବେନ ପାର୍ନେଲ, ବିଜୟ କୁମାର ବିସାକ୍ ଗ୍ଲେନ ମାକ୍ସଓ୍ବେଲ, ଓ୍ବାନିଣ୍ଡୁ ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।