ଓଡିଆ ନ୍ୟୁଜ (ବ୍ୟୁରୋ) : ଚାଲିଛି ଆଇପିଏଲ ମହାସମର । ପଡିଆରେ ଚାଲିଛି ଜୋରଦାର ଟକ୍କର । ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୭୫ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୭୪ ରନ କରିଥିଲା ।
ଦଳ ପକ୍ଷରୁ ବିରାଟ କୋହଲି ୫୦ ରନ କରିଥିବାବେଳେ ଅନ୍ୟମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ମହୀପାଲ ଲୋମରୋର ୨୬ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ ୨୪ରନ କରିଥିଲେ । ସେହିପରି ଫାଫ୍ ଡୁପ୍ଲେସିସ ୨୨ରନ, ଶାହବାଜ ଅଦମ୍ମଦ ୨୦ ରନ କରିଥିଲେ । ତେବେ ଦିନେଶ କାର୍ତ୍ତିକ ପୁଣି ବିଫଳ ହୋଇଥିଲେ । ସେ ଖାତା ଖୋଲିପାରିନଥିଲେ । ତାଙ୍କର ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ସ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ । ତେବେ ଆରସିବି ଭଲ ପ୍ରଦର୍ଶନ କରିବ ବୋଲି ଫ୍ୟାନ୍ସ ମାନଙ୍କ ଆଶା ରହିଛି ।