ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୁକ୍ରବାର ଆଇପିଏଲ୍ ୨୦୨୩ ଟକ୍କରରେ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ଥର ପାଇଁ ବିଜୟ ହାସଲ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଦଳ ଖେଳିଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି। ରବିନ୍ଦ୍ର ଜାଡେଜାଙ୍କ ଜବରଦସ୍ତ ବୋଲିଂ ଓ ଡେଭନ୍ କନୱେ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ଆଧାରରେ ଚେନ୍ନାଇ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରି ନିଜର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି । ୧୩୫ ରନ୍ର ଟାର୍ଗେଟକୁ ପିଛା କରି ପକାଇ ଋତୁରାଜ ଗାଇକୱାଡ ଓ ଡେଭନ୍ କନୱେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ୬ ଓଭରରେ ମ୍ୟାଚ୍କୁ ଏକପାଖିଆ କରିଥିଲେ । ଦଳର ସ୍କୋରକୁ ବିନା କୌଣସି ୱିକେଟରେ ୬୦ ରନରେ ପହଞ୍ଚାଇ ଦେଇଥିଲେ ।
ଚେନ୍ନାଇ ଦଳ ୮୭ ସ୍କୋରରେ ପ୍ରଥମ ଝଟକା ପାଇବା ପରେ ଅଜିଙ୍କ୍ୟ ରାହାଣେ ଡିଭନ୍ କନୱେଙ୍କୁ ସମର୍ଥନ ଦେବାବାକୁ ପଡ଼ିଆକୁ ଆସିଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୨୨ ବଲରେ ୨୩ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ରାହାଣେ ୧୦ଟି ବଲରେ ୯ ରନ୍ ଖେଳିବା ପରେ ମୟଙ୍କ ମାର୍କାଣ୍ଡେଙ୍କ ଶିକାର ହୋଇଥିଲେ ।