ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ

0

ଓଡ଼ିଆ ନ୍ୟୁଜ୍: ଇସଲାମାବାଦରେ ଇରାନ୍-ଆମେରିକା ଶାନ୍ତି ଆଲୋଚନା ବିଫଳ। କୌଣସି ନିଷ୍କର୍ଷ ନବାହାରିବାରୁ ଆମେରିକା ଫେରିଗଲେ ଜେଡି ଭାନ୍ସ। ପିସ୍ ଟକ୍ ଫେଲ୍ । ବିଶ୍ୱ ଶାନ୍ତି ଏବଂ ମଧ୍ୟପ୍ରାଚ୍ୟର ସ୍ଥିରତା ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଚାଲିଥିବା ଇରାନ-ଆମେରିକା ଉଚ୍ଚସ୍ତରୀୟ ବୈଠକ ବିଫଳ ହୋଇଛି। ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ୨୧ ଘଣ୍ଟାର ମାରାଥନ ଆଲୋଚନା ପରେ ମଧ୍ୟ କୌଣସି ସହମତି ପ୍ରକାଶ ପାଇପାରି ନାହିଁ। ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ ଏହି ଆଲୋଚନାକୁ ନିଷ୍ଫଳ ବୋଲି ଘୋଷଣା କରିବା ସହ ବିନା କୌଣସି ଚୁକ୍ତିରେ ଆମେରିକା ପ୍ରତିନିଧି ମଣ୍ଡଳୀ ଫେରିଯାଉଥିବା ସୂଚନା ଦେଇଛନ୍ତି।

ଜେଡି ଭାନ୍ସ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନ ସହ ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ତାଙ୍କ ଟିମ୍ କ୍ରମାଗତ ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମ୍ପର୍କରେ ଥିଲା। ଗତ ୨୧ ଘଣ୍ଟା ମଧ୍ୟରେ ବୋଧହୁଏ ୧୦ରୁ ଅଧିକ ଥର ତାଙ୍କ ସହ କଥାବାର୍ତ୍ତା ହୋଇଛି। ଭାନ୍ସଙ୍କ ଅନୁଯାୟୀ, ଆମେରିକା ପକ୍ଷରୁ ଏକ ସ୍ପଷ୍ଟ ଏବଂ ସିଧାସଳଖ ପ୍ରସ୍ତାବ ଇରାନ ଆଗରେ ରଖାଯାଇଛି। ସେ ଏହାକୁ ଆମେରିକାର ‘ଶେଷ ଏବଂ ସର୍ବୋତ୍ତମ ଅଫର୍’ ବୋଲି କରିଛନ୍ତି। ଭାନ୍ସ କହିଛନ୍ତି, ଆମେ ଏକ ସ୍ପଷ୍ଟ ପ୍ରସ୍ତାବ ଦେଇଛୁ। ବର୍ତ୍ତମାନ ଏହା ଇରାନ ଉପରେ ନିର୍ଭର କରେ ଯେ ସେ ଏହାକୁ ଗ୍ରହଣ କରୁଛି କି ନାହିଁ। ତେବେ ଏହି ପ୍ରସ୍ତାବରେ ପ୍ରକୃତରେ କେଉଁ ସର୍ତ୍ତ ରହିଛି, ସେ ସମ୍ପର୍କରେ ଉପରାଷ୍ଟ୍ରପତି କୌଣସି ବିସ୍ତୃତ ସୂଚନା ଦେଇ ନାହାନ୍ତି।

 

Leave A Reply

Your email address will not be published.