ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଆମିର ହତାମି ଏବଂ ରିଭୋଲ୍ୟୁସନାରୀ ଗାର୍ଡ (IRGC) କମାଣ୍ଡରଙ୍କ ମୃତ୍ୟୁ
ଓଡ଼ିଆ ନ୍ୟୁଜ୍: ମଧ୍ୟପ୍ରଚାରେ ଚାଲିଛି ଇରାନ-ଇସ୍ରାଏଲ ଯୁଦ୍ଧ।ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଆମିର ହତାମି ଏବଂ ରିଭୋଲ୍ୟୁସନାରୀ ଗାର୍ଡ (IRGC) କମାଣ୍ଡର ମହମ୍ମଦ ପାକପୁରଙ୍କ ମୃତ୍ୟୁ ହୋଇଛି । ଜୁନ୍ ୨୦୨୫ ଯୁଦ୍ଧରେ ଇସ୍ରାଏଲ ଆଇଆରଜିସିର ପୂର୍ବତନ ମୁଖ୍ୟ ହୋସେନ୍ ସଲାମିଙ୍କୁ ହତ୍ୟା କରିବା ପରେ ପାକପୁର IRGCର କମାଣ୍ଡ ଗ୍ରହଣ କରିଥିଲେ। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ, ଆଜି ସକାଳେ ହୋଇଥିବା ଆକ୍ରମଣରେ ସର୍ବୋଚ୍ଚ ନେତା ଅଲି ଖାମେନି ଏବଂ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଟାର୍ଗେଟ କରାଯାଇଥିଲା।
ଇସ୍ରାଏଲୀ ସେନା (IDF) ଅପରେସନ୍ ରୋରିଂ ଲାୟନର ଅଂଶ ଭାବରେ ପଶ୍ଚିମ ଇରାନରେ ଶହ ଶହ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣର ଭିଡିଓ ମଧ୍ୟ ଜାରି କରିଛି। ବିବିସି ଅନୁସାରେ, ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ସୁରକ୍ଷିତ ଅଛନ୍ତି। କାର୍ଯ୍ୟକାରୀ ଉପରାଷ୍ଟ୍ରପତି ମହମ୍ମଦ ଜାଫର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହା ସ୍ପଷ୍ଟ କରିଛନ୍ତି। ରାଷ୍ଟ୍ରପତିଙ୍କ ପୁଅ ଜୋସେଫ ପେଜେସ୍କିଆନ ଟେଲିଗ୍ରାମରେ ଲେଖିଛନ୍ତି ଯେ, ହତ୍ୟା ଉଦ୍ୟମ ବିଫଳ ହୋଇଛି।