ଅଶାନ୍ତ ମଧ୍ୟପ୍ରାଚ୍ୟ, ଇସ୍ରାଏଲରୁ ଫେରିଲେ 13 ଓଡ଼ିଆ ଛାତ୍ରଛାତ୍ରୀ

0

ଓଡ଼ିଆ ନ୍ୟୁଜ୍: ଇସ୍ରାଏଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ। ଯୁଦ୍ଧ ଘମାଘୋଟ ଭିତରୁ ଜୀବନ ଫେରାଇ ଆଣି ସ୍ବଦେଶ ଆସିଛନ୍ତି ଛାତ୍ରଛାତ୍ରୀ।ଆଜି ପ୍ରଥମ ଦଫାରେ ୧୩ ଜଣ ନୂଆଦିଲ୍ଲୀରେ ପହଞ୍ଚିବା ପରେ ବଖାଣିଛନ୍ତି ଛାତିଥରା ଅନୁଭୂତି ।IAFର C-17 ବିମାନରେ ସୁରକ୍ଷିତ ଭାରତ ଫେରିଲେ ଛାତ୍ରଛାତ୍ରୀ।ଅପରେସନ ସିନ୍ଧୁରେ ଯୁଦ୍ଧଲିପ୍ତ ମଧ୍ୟପ୍ରାଚ୍ୟରୁ ଭାରତୀୟଙ୍କୁ ଅଣାଯାଉଛି। ଆଜି 13 ଜଣ ଓଡ଼ିଆ ଫେରିଛନ୍ତି ଓଡିଶା।

ଓଡ଼ିଶା ମାଟିରେ ପାଦ ଥାପିବା ପରେ ବଖାଣିଲେ ଛାତିଥର କାହାଣୀ। କିପରି ଯୁଦ୍ଧଭୂମିର ବଙ୍କର୍ ଭିତରୁ ନିଜ ଜନ୍ମମାଟିରେ ପହଞ୍ଚିଲେ ତା’ର ଭୟଙ୍କର କାହାଣୀ ବଖାଣିଛନ୍ତି । ଖୁସି ବ୍ୟକ୍ତ କରିବା ସହ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଇରାନ ଓ ଇସ୍ରାଏଲ ଭିତରେ ଯୁଦ୍ଧ ସମୟରେ ମିସାଇଲ୍ ମାଡ଼ର ଶବ୍ଦ ଶୁଣି ଡର ଲାଗୁଥିଲା । କିନ୍ତୁ ଇସ୍ରାଏଲର ଆଣ୍ଟିମିସାଇଲ୍ ସିଷ୍ଟମ୍ ଯୋଗୁ ସେମାନେ ବଞ୍ଚିଯାଇଥିଲେ ।

Leave A Reply

Your email address will not be published.