ଓଡ଼ିଆ ନ୍ୟୁଜ୍: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଭୁବନେଶ୍ବର-ଦୁବାଇ ବିମାନ ବାତିଲ୍।ସୂଚନା ଦେଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ। ଆଜି ଦୁବାଇକୁ ଉଡ଼ିବାକୁ ଥିବା ବିମାନ ବାତିଲ୍।ବୁଧବାର ଦୁବାଇକୁ ବିମାନ ଉଡ଼ିବ କି ନାହିଁ କାଲିର ସ୍ଥିତି ଦେଖି ନିଷ୍ପତ୍ତି।
ଗତ ଶୁକ୍ରବାର ଦିନ ଦୁବାଇକୁ ଭୁବନେଶ୍ବରରୁ ଶେଷ ବିମାନ ଯାଇଥିଲା । ତେବେ ଯୁଦ୍ଧ ସ୍ଥିତି ପାଇଁ ବିମାନ ସେବା ବାତିଲ କରାଯାଇଛି । ଭୁବନେଶ୍ୱରରୁ ଦୁବାଇକୁ ସୋମବାର, ବୁଧବାର ଓ ଶୁକ୍ରବାର ସିଧାସଳଖ ବିମାନ ଯାଏ । ଆଜି ଦୁବାଇକୁ ବିମାନ ଯିବାର ସିଡ୍ୟୁଲ ଥିଲା । କିନ୍ତୁ ରବିବାର ଏହାକୁ ବାତିଲ କରିଦିଆଯାଇଛି । ଏୟାର ସ୍ପେସ୍ ନଥିବାରୁ ମଧ୍ୟପୂର୍ବ ଅଞ୍ଚଳ ପାଇଁ ବିମାନ ସେବା ବନ୍ଦ ରହିଛି । ଦୁବାଇ, ଧାବି, ମାସର୍କର ପାଇଁ ଏୟାର ସ୍ପେସ୍ ନାହିଁ । ପଶ୍ଚିମ ସୀମା ଉଡ଼ାଣ ମଧ୍ୟ ପ୍ରଭାବିତ ହୋଇଛି ।