ଓଡ଼ିଆ ନ୍ୟୁଜ୍: ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁକୁ ମାନିଲା ଇରାନ।ଏନେଇ ଇରାନର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ।ଖାମେନେଇଙ୍କ ମୃତ୍ୟୁ ନେଇ ପ୍ରଥମେ ଗୁଜବ କହିଥିଲା ଇରାନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଅସ୍ୱୀକାର କରିଥିଲା। ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ସୂଚନା।ଖାମେନେଇଙ୍କ ସମେତ ଅନେକ ଶୀର୍ଷ ନେତାଙ୍କ ମୃତ୍ୟୁ ହୋଇଥିବା ଦାବି।ଖାମେନେଇଙ୍କ ବୋହୂ-ଜ୍ୱାଇଁ ସମେତ ୪ ଜଣଙ୍କ ମୃତ୍ୟୁ ସୂଚନା।ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁରେ ଇରାନର ଶୋକ।୪୦ ଦିନିଆ ରାଷ୍ଟ୍ରୀୟ ଶୋକ, ୭ ଦିନିଆ ସରକାରୀ ଛୁଟି ଘୋଷଣା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇସ୍ରାଏଲ ସହଯୋଗରେ କରାଯାଇଥିବା ଅତ୍ୟନ୍ତ ସଠିକ ଗୁପ୍ତଚର ଅପରେସନ ଯୋଗୁଁ ଖାମେନି ଏବଂ ତାଙ୍କ ସହିତ ଉପସ୍ଥିତ ଅନ୍ୟ ନେତାମାନେ ଖସି ଯାଇପାରିଲେ ନାହିଁ। ଏହି ସାମରିକ ଅପରେସନରେ ଇରାନର ପ୍ରତିରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି। ଏହି ଅପରେସନରେ ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (IRGC) ପରମାଣୁ କାର୍ଯ୍ୟକ୍ରମର କମାଣ୍ଡର, ଉଚ୍ଚପଦସ୍ଥ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ନିହତ ହୋଇଛନ୍ତି। ସେ ଇରାନର ଲୋକମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ନିବେଦନ କରିଥିଲେ, କହିଥିଲେ ଯେ ସାମରିକ କାର୍ଯ୍ୟାନୁଷ୍ଠାନ ଆଭ୍ୟନ୍ତରୀଣ ପରିବର୍ତ୍ତନ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି।‘