ଇରାନବାସୀ ମରିବାକୁ ପ୍ରସ୍ତୁତ

0

ଓଡ଼ିଆ ନ୍ୟୁଜ୍: ମରିବାକୁ ପ୍ରସ୍ତୁତ କହିଲେ ଇରାନ ରାଷ୍ଟ୍ରପତି ମାସୁଦ ପେଜସ୍କିଆନ। କୋଟିଏ ଲୋକ ମରିବାକୁ ପ୍ରସ୍ତୁତ ବାର୍ତ୍ତା ଦେଲେ।ମାନବ ଶୃଙ୍ଖଳ ସୃଷ୍ଟି କରି ପ୍ରତିବାଦ ପାଇଁ ଦେଶବାସୀଙ୍କୁ ଅପିଲ୍‌।

ଟ୍ରମ୍ପ କହିଛନ୍ତି, ଯଦି ସ୍ଥିତି ପରିବର୍ତ୍ତନ ନହୁଏ ତେବେ, ଆଜି ରାତିରେ ଏକ ପୁରୁଣା ସଭ୍ୟତାର ଅନ୍ତ ହୋଇପାରେ । ଯାହା ଆଉ କେବେ ଫେରିପାରିବ ନାହିଁ । ସେ କହିଛନ୍ତି ଯେ, ଏଭଳି ଘଟୁ ବୋଲି ମୁଁ ଚାହୁଁନାହିଁ । କିନ୍ତୁ ଏଭଳି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ହୁଏତ କିଛି କ୍ରାନ୍ତିକାରୀ ଘଟଣା ଘଟିପାରେ, କିଛି ଅଦ୍ଭୁତ ହୋଇପାରେ ।

ଇରାନ ରାଷ୍ଟ୍ରପତି ମାସୁଦ୍ ପେଜେସକିଆନ୍ କହିଛନ୍ତି ଯେ, ସେ ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି । ଇରାନୀମାନେ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ପ୍ରାଣବଳୀ ଦେବାକୁ ଆଗଭର ରହିଛନ୍ତି । କୋଟିଏ ଚାଳିଶ ଲକ୍ଷ ନାଗରିକ ଗର୍ବର ସହ ଦେଶ ପାଇଁ ସର୍ବୋଚ୍ଚ ତ୍ୟାଗ କରିପାରିବେ ।

Leave A Reply

Your email address will not be published.