ଓଡ଼ିଆ ନ୍ୟୁଜ୍: ଇରାନ ହିଂସାରେ ମୃତ୍ୟୁସଂଖ୍ୟା ୨ ହଜାରକୁ ବୃଦ୍ଧି। ଆମେରିକା ଉପରେ ଦୋଷ ଲଦିଲେ ଇରାନ ସୁପ୍ରିମ ଲିଡର ଅୟାତୋଲ୍ଲା। କିଛି ଲୋକ ଟ୍ରମ୍ପ୍ଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ବୋଲି ବାର୍ତ୍ତା ଦେଲେ। ଇରାନ ଉପରେ ଅଧିକ କଟକଣା ପାଇଁ ୟୁରୋପୀୟ ସଂଘର ସୂଚନା। ଏକାଧିକ ଇରାନ ରାଷ୍ଟ୍ରଦୂତଙ୍କୁ ସମନ କଲେ ୟୁରୋପୀୟ ରାଷ୍ଟ୍ର।
ରିପୋର୍ଟ ଅନୁଯାୟୀ, ଆନ୍ଦୋଳନର କିଛି ଦିନ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ କିଛି ଇରାନବାସିନ୍ଦା ବିଦେଶକୁ କଲ୍ କରିବାରେ ସଫଳ ହୋଇଥିଲେ। ଫଳରେ ଇରାନରେ ଘଟୁଥିବା ଘଟଣା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଇରାନରେ ସବୁ ସ୍ଥାନରେ ବହୁ ସଂଖ୍ୟାରେ ସେନା ମୁତୟନ କରାଯାଇଛି। ସାଧାରଣ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି। ଆଗକୁ କ’ଣ ହେବ ସେ ସେମାନେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।
ଏପଟେ ଆମେରିକା ଇରାନରେ ବାରମ୍ବାର ହସ୍ତକ୍ଷେପ କରୁଛି। ଯାହା ଉତ୍ତଜେନାକୁ ଆହୁରି ବଢ଼ାଇ ଦେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଆମେରିକା ସମର୍ଥନ କରିବ। ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଇରାନ ସରକାର କାର୍ଯ୍ୟାନୁଷ୍ଠାନ ନେଲେ, ସେମାନଙ୍କୁ ହତ୍ୟା କଲେ ଆମେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଟ୍ରମ୍ପ କହିଥିଲେ। ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ଇରାନ ଏ ଦିଗରେ ଆମେରିକା ସହ ଆଲୋଚନା କରିବାକୁ ରାଜି ଅଛି।