ଓଡ଼ିଆ ନ୍ୟୁଜ୍: ଭାରତୀୟଙ୍କୁ ଇରାନ ଛାଡ଼ିବାକୁ ଭାରତୀୟ ଦୂତାବାସର ପରାମର୍ଶ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା କରି ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ। ଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ। ଏହା ପୂର୍ବରୁ ମଧ୍ୟ ୧୪ ଜାନୁଆରୀ ୨୦୨୬ରେ ମଧ୍ୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରି ସତର୍କ କରାଯାଇଥିଲା। ଅତି ଆବଶ୍ୟକ ନଥିଲେ ଇରାନ ଯିବାକୁ ଏଥିରେ ବାରଣ କରାଯାଇଥିଲା। ଏବଂ ଆନ୍ଦୋଳନ ସ୍ଥାନଗୁଡ଼ିକୁ ନ ଯିବାକୁ ମଧ୍ୟ କୁହାଯାଇଥିଲା। ତେବେ ବର୍ତ୍ତମାନର ସ୍ଥିତି ଦେଖି ଦୂତାବାସ ସହ ଯୋଗାଯୋଗ ଜାରି ରଖିବାକୁ କୁହାଯାଇଛି। ଏବଂ ଯେଉଁମାନେ ବର୍ତ୍ତମାନ ଇରାନରେ ରହୁଛନ୍ତି ସେମାନେ ତୁରନ୍ତ ଦୂତାବାସରେ ଆସି ନାଁ ପଞ୍ଜିକରଣ କରାଇବାକୁ ପରାମର୍ଶ ଦିଆଯାଇଛି।
ଦୂତାବାସ ପକ୍ଷରୁ ଜାରି ହୋଇଥିବା ପରାମର୍ଶରେ କୁହାଯାଇଛି “ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ଯାତ୍ରା ଏବଂ ପ୍ରବାସନ ଡକ୍ୟୁମେଣ୍ଟ, ପାସପୋର୍ଟ ଏବଂ ପରିଚୟପତ୍ର ସମେତ, ସହଜରେ ଉପଲବ୍ଧ ରଖନ୍ତୁ। ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।