ଓଡ଼ିଆ ନ୍ୟୁଜ, ଇସ୍ରାଏଲ : ଗାଜାସିଟିର ଉତ୍ତରାଞ୍ଚଳବାସୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ଇସ୍ରାଏଲ । ସେପଟେ ବାସଗୃହ ନ ଛାଡିବାକୁ ଗାଜାବାସୀଙ୍କୁ ହମାସର ଅନୁରୋଧ | ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଆଜି ସପ୍ତମ ଦିନରେ ଯୁଦ୍ଧ ଜାରି ରହିଛି । ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହାମାସ ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ୍ ସେନାର ପ୍ରତି ଆକ୍ରମଣ କାର୍ଯ୍ୟ ଜାରି ରହିଛି । ଇସ୍ରାଏଲ୍ ଏବଂ ଗାଜାରେ ଏପର୍ଯ୍ୟନ୍ତ ୩୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ଆହତ ହୋଇଛନ୍ତି ।
ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହେଇଛନ୍ତି । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୩୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ବୃଦ୍ଧ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।ଉଭୟ ପାର୍ଶ୍ବରୁ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଲାଣି । ଏହାରି ମଧ୍ୟରେ ଉତ୍ତରାଞ୍ଚଳ ଗାଜାବାସୀଙ୍କୁ ତୁରନ୍ତ ନିଜ ଘର ଛାଡ଼ି ପଳାଇବାକୁ ଇସ୍ରାଏଲ ଏକ ବିବୃତ୍ତି ଜାରି କରି ନିର୍ଦ୍ଦେଶ ଦେଇଛି । ଏହାପରେ ନିଜ ଘରେ ରହିବାକୁ ଗାଜାବାସୀଙ୍କୁ ଅନୁରୋଧ କରିଛି ହମାସ । ଇସ୍ରାଏଲ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାକୁ ଅଣଦେଖା କରିବାକୁ ପାଲେଷ୍ଟାଇନଙ୍କୁ କହିଛି ହମାସ । ଅନ୍ୟପଟେ ଏହି ଆକ୍ରମଣ ପାଇଁ ହମାସକୁ ଇରାନ ଫଣ୍ଡିଂ ଯୋଗାଇଥିବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଯଦିଓ ଏହାକୁ ହମାସ ପକ୍ଷରୁ ଖଣ୍ଡନ କରାଯାଇଛି ତଥାପି ହମାସକୁ ଇରାନ ସାହାଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ଇରାନ ବିଦେଶ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଇସଲାମିକ ରାଷ୍ଟ୍ରଗୁଡିକ ମିଳିତ ଭାବେ ଏହି ଯୁଦ୍ଧରେ ହସ୍ତକ୍ଷେପ କରିବେ ବୋଲି ଯଦିଓ ସେ ପ୍ରତ୍ୟକ୍ଷ ଭାବେ କହିନାହାନ୍ତି କିନ୍ତୁ ତାଙ୍କ ଚେତାବନୀରୁ ଏହା ସ୍ପଷ୍ଟ ଜଣାପଡୁଛି । ବର୍ତ୍ତମାନ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ, ସିରିୟା, ଲେବାନନ ଆତଙ୍କୀ ସଂଗଠନ ହିଜବୁଲ୍ଲାହ ପ୍ରମୁଖ ମିଳିତ ହୋଇ ଯୁଦ୍ଧ ମୈଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ସହ ଇସ୍ରାଏଲ ଯୁଦ୍ଧ ଜାରି ରଖିଥିବା ବେଳେ ଯଦି ଅନ୍ୟାନ୍ୟ ମୁସଲିମ ଦେଶଗୁଡିକ ସଂଗଠିତ ହୁଅନ୍ତି ତେବେ ଇସ୍ରାଏଲରେ ସମସ୍ୟା ଆହୁରି ବୃଦ୍ଧି ପାଇବ ।