ଓଡ଼ିଆ ନ୍ୟୁଜ୍: ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି। ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ଇସ୍ରୋ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି ଯେ, ଭାରତର ସ୍ଥଳ ଓ ଜଳ ସୀମା ଉପରେ ଇସ୍ରୋର ୧୦ଟି ସାଟେଲାଇଟ ୨୪ ଘଣ୍ଟିଆ ନଜର ରଖିଛି । ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ତଥ୍ୟ ଏବଂ କୌଣସି ସଙ୍ଗଠନର ସନ୍ଦେହମୂଳକ କାର୍ଯ୍ୟକଳାପ ବିଷୟରେ ତଥ୍ୟ ପ୍ରଦାନ କରୁଛନ୍ତି ଏହି ସାଟେଲାଇଟ ।
ନାରାୟଣ ଆହୁରି କହିଛନ୍ତି, ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଚାହିଁବା, ତା’ହେଲେ ଆମକୁ ନିରନ୍ତର ଭାବେ ଉତ୍ତର ଅଞ୍ଚଳ ଏବଂ ସାମୁଦ୍ରିକ ଅଞ୍ଚଳ ଉପରେ ନଜର ରଖିବାକୁ ପଡିବ । ସାଟେଲାଇଟ ଏବଂ ଡ୍ରୋନ ଟେକ୍ନୋଲୋଜି ବିନା ଦେଶକୁ ପୂର୍ଣ୍ଣ ସୁରକ୍ଷା ଦେଇ ପାରିବା ନାହିଁ ।