ରାଜଧାନୀରେ କାଚୁଛି ବର୍ଷା, ବେହାଲ ଜନଜୀବନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜଧାନୀ ଭୁବନେଶ୍ୱରରେ ବଡ ବର୍ଷା। ପ୍ରବଳ ବିଜୁଳି ଘଡଘଡି ସହ କାଚୁଛି ବର୍ଷା । ପ୍ରବଳ ବର୍ଷାରେ ରାଜଧାନୀର ରାଜରାସ୍ତରେ ଆଣ୍ଠୁଏ ଉଚ୍ଚର ପାଣି । ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ।  ଜନଜୀବନ ପ୍ରଭାବିତ । ଉତ୍ତର ବଙ୍ଗୋପସାଗର କେନ୍ଦ୍ରରେ ସୁଦୃଶ ଲଘୁଚାପ ଅବସ୍ଥାରେ ରହିଛି ଲଘୁଚାପ ବଳୟ । କ୍ରମେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ୧୨ ଘଣ୍ଟାରେ ଅବପାତର ରୂପ ନେବ । ଫଳରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ଲାଗି ରହିବ ବର୍ଷା ।

ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେଓଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ, କଟକ, ବାଲେଶ୍ଵରରେ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି କେନ୍ଦ୍ରାପଡା, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବରଗଡ଼, ନୂଆପଡ଼ାରେ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି ହୋଇଛି ।

ଅତି ପ୍ରବଳ ବର୍ଷା ସ୍ଥାନରେ ଜଳବନ୍ଦୀ ସମସ୍ୟା, ସହରାଞ୍ଚଳରେ ଟ୍ରାଫିକ ସମସ୍ୟା, ପାହାଡି ଅଞ୍ଚଳରେ ଭୂସ୍ଖଳନ ସମସ୍ୟା ଉପୁଜିବା ନେଇ ସଚେତନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୧ ଜୁନରୁ ୩୧ ଜୁଲାଇ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ୫୫୦.୨ ରହିଥିବାବେଳେ ୪୮୩.୪ ମିମି ବର୍ଷା ରେକର୍ଡ ହୋଉଛି ।

ମାଲକାନଗିରି ଓ ଦେଓଗଡ଼ରେ ଦୁଇ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.