ପୁଣି ପଶ୍ଚିମା ଝଡ ସମ୍ଭାବନା, କାଚିବ ବର୍ଷା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ଗୋଟିଏ ପଶ୍ଚିମା ଝଡ ନଯାଉଣୁ ଆଉ ଏକ ପଶ୍ଚିମା ଝଡ ଟେନସନ ବଢାଇ ଦେଉଛି । ଆଜି ପୁଣି ଏକ ପଶ୍ଚିମା ଝଡ଼ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ କେତେ ରହିବ ସେନେଇ ସ୍ପଷ୍ଟ ହୋଇନଥିବାବେଳେ ଉପକୂଳ ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି । ଅନ୍ୟପଟେ ଆଜିଠୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାପରେ କୌଣସି ଜିଲ୍ଲାକୁ ଅରେଞ୍ଜ କିମ୍ବା ୟେଲୋ ଆଲର୍ଟ ଜାରି ହୋଇନି ।

ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିପାରେ । ଏହା ସହିତ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଘଡ଼ଘଡ଼ି ବିଜୁଳି ସହିତ କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।ଏ ଥିପାଇଁ ଉପକୂଳ ଓ ଉତ୍ତର ଓଡ଼ିଶାର ସବୁ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.