ଓଡିଶାରେ ଖୁବ ଶୀଘ୍ର ଲାଞ୍ଚ ହେବ 5G ସେବା, ୨୦୨୩ ବେଳକୁ ୮୦ ଭାଗ ଗାଁରେ ହେବ କାର୍ଯ୍ୟକ୍ଷମ: ଆଇଟି ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ)  ଓଡିଶା ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୫ଜି ସେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଏବଂ ଉତ୍ସାହକୁ ସେ ଆହୁରି ବଢାଇ ଦେଇଛନ୍ତି । ଏଣିକି ଓଡିଶାରେ ମଧ୍ୟ ୫ଜି ସେବା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି । । ତେବେ ଆସନ୍ତା ୨୦୨୩ ଶେଷ ସୁଦ୍ଧା ଓଡିଶାର ୮୦ପ୍ରତିଶତ ଅଞ୍ଚଳରେ ଏହି ସେବା ଉପଲବ୍ଧ ହେବ ବୋଲି କେନ୍ଦ୍ର ଆଇ.ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।

ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ଭାରତରେ ୫ଜି ସେବା ଆରମ୍ଭ ହୋଇଛି। ଚଳିତ ବର୍ଷ ଅକ୍ଟୋବର ୧ ତାରିଖରେ ଏହି ସେବା ଭାରତେ ଆରମ୍ଭ ହୋଇଥିଲା ଯାହାଫଳରେ ଭାରତ ବର୍ତ୍ତମାନ ୫ଜି ଥିବା ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଏହି ୫ଜି ନେଟୱାର୍କ ଦେଶର ରାଜଧାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସମେତ ୧୩ ସହରରେ ଉପଲବ୍ଧ ହୋଇଛି ।

ସେହିପରି ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡିଶାର ୮ଟି ସହରରେ ଏହି ୫ଜି ସେବା ମିଳିବ । ପୂର୍ବରୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ପାହାଡପୁର ଗ୍ରାମରେ ଏହି ସେବା ଉପଲବ୍ଧ ହୋଇଥିବା ବେଳେ ୨୦୨୩ ଶେଷ ସୁଦ୍ଧା ଏହା ରାଜ୍ୟର୧୩ ଟି ସହର ଅର୍ଥାତ ୮୦ ପ୍ରତିଶତ ଅଞ୍ଚଳରେ ଉବପଲବ୍ଧ ହେବ । ତେବେ ଓଡିଶାର ସମସ୍ତ ସ୍ଥାନରେ ଗ୍ରାହକମାନେ ୫ଜି ସେବା ପାଇ ପାରିବେ ନାହିଁ । ରାଜଧାନୀ ଭୁବନେଶ୍ୱରରେ ଟେଲିଫୋନିକ ସୁବିଧା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.