କଂଗ୍ରେସରେ ମିଶିଲେ ଆଇଟି ପ୍ରଫେସନାଲ ତଥା ଯୁବନେତା ଡଃ ଷ୍ଟାଲିନ ମିଶ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଇଟି ପ୍ରଫେସନାଲ ତଥା ଯୁବନେତା ଡଃ ଷ୍ଟାଲିନ ମିଶ୍ର ଆଜି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ୨୪,ଆକବର ରୋଡରେ ଓଡିଶା ପ୍ରଭାରୀ ଡକ୍ଟର ଏ ଚେଲ୍ଲାକୁମାରଙ୍କ ଅନୁମୋଦନ କ୍ରମେ ତାଙ୍କ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ କଂଗ୍ରେସ ରେ ସାମିଲ ହୋଇଛନ୍ତି।

ଡଃ ଷ୍ଟାଲିନ ମିଶ୍ର ଆଇଟି କ୍ଷେତ୍ରରେ ଜଣେ ଅଭିଜ୍ଞ କାର୍ଯ୍ୟନିର୍ବାହୀ ଅଧିକାରୀ।ସେ ଡାଟା ଆନାଲିଟିକ୍ସ ରେ ପି ଏଚ ଡି ଲାଭ କରିଛନ୍ତି।ସେ ମଧ୍ୟ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପସଭାପତି ଥିଲେ।ସେ ଆସ୍ଥା ଫାଉଣ୍ଡେସନ ନାମକ ଏକ ବେସରକାରୀ ସଂସ୍ଥା ଗଢି ତାର ଅଧ୍ୟକ୍ଷ ରହିଛନ୍ତି ଓ ଏହି ସଂସ୍ଥା ଶିକ୍ଷା ବିକାଶ,ଯୁବ ସଶକ୍ତିକରଣ ତଥା ଆନ୍ତର୍ଜାତୀୟ ସମ୍ପର୍କ ସୁଧୁଢ଼ିକାରଣ କ୍ଷେତ୍ରରେ ନିରବିଛିନ୍ନ ଭାବେ କାର୍ଯ୍ୟରତ ଅଛି।ଯୁବାବସ୍ଥାରୁ ରାଜନୀତି ପ୍ରତି ଆକୃଷ୍ଠ ହୋଇ ଆଜି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି।
ଅଧିକନ୍ତୁ ଡଃ ମିଶ୍ର ଜଣେ ରାଜନୈତିକ ବିଶ୍ଲେଷକ ଭାବେ ଗଣମାଧ୍ୟମରେ ବିଭିନ୍ନ ତର୍କ ବିତର୍କରେ ଭାଗ ନେବା ସହ ଖବରକାଗଜରେ ସ୍ତମ୍ଭ ଲେଖିବାରେ ରୁଚି ରଖିଛନ୍ତି।
ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଡଃ ଚେଲ୍କାକୁମାର ତାଙ୍କୁ ପୁଷ୍ପଗୁଛ ଓ ଉତରିୟ ଦେଇ କଂଗ୍ରେସ କୁ ସ୍ୱାଗତ କରିବା ସହ କଂଗ୍ରେସ ରେ ଗ୍ରହଣ କରିଛନ୍ତି।ଡ଼ଃ ଚେଲ୍ଲାକୁମାର,ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ,ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା,ପିସିସି ମୁଖପାତ୍ର ପଦ୍ମାକର ଗୁରୁ ପ୍ରମୁଖ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଡଃ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଡଃ ମିଶ୍ର କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ,ଶ୍ରୀମତୀ ସୋନିଆ ଗାନ୍ଧି ଓ ଶ୍ରୀ ରାହୁଲ ଗାନ୍ଧି ଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସରେ ସାମିଲ ହୋଇଛନ୍ତି ଓ ସର୍ତ୍ତହୀନ ଭାବେ କଂଗ୍ରେସ ପାଇଁ ସାଧ୍ୟମତେ ଦାଇତ୍ଵନିର୍ବାହ କରିବେ ବୋଲି ପ୍ରତିକ୍ରିୟାରେ ଜଣାଇଛନ୍ତି।

Leave A Reply

Your email address will not be published.