ବରଯାତ୍ରୀ ହୋଇ ଯିବା ହେଲା କାଳ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବରଯାତ୍ରୀ ହୋଇ ଯିବା ହେଲା କାଳ | ବାହାଘର ସାରି ଫେରୁଥିଲା ବେଳେ ଭାରସାମ୍ୟ ହରାଇ ରାସ୍ତା ପାଖ ଡିଭାଇଡରରେ ପିଟି ହେଲା ବାଇକ | ଜଣେ ମୃତ ଜଣେ ଗୁରୁତ୍ୱର |

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାୟାଁ ରାମଚନ୍ଦ୍ର ପୁର ପଂଚାୟତ ମହାନ୍ତି ସାହି ଗ୍ରାମର ସୁବ୍ରତ ରାଉତ
ଓ ବିକାଶ ଚନ୍ଦ୍ର ରାଉତ ବରଯାତ୍ରୀ ହୋଇ ନିଜ ସମ୍ପର୍କୀୟଙ୍କର ବାହାଘର ପାଇଁ ବରଯାତ୍ରୀହୋଇ ରାଜଘାଟ ଅଂଚଳକୁ ଯାଇ ସନ୍ଧ୍ୟା ୬.୩୦ମିନିଟ ସମୟରେ ଘରକୁ ଫେରୁଥିଲା ବେଳେ ୬୦ନଂ ଜାତୀୟ ରାଜପଥ ଚାଲନ୍ତି ସ୍ଥିତ ଓମ ଶ୍ରୀ ଢ଼ାବା ସମ୍ମୁଖରେ ରାସ୍ତାପାଖରେ ଥିବା ପକ୍କା ଡିଭାଇଡରେ ବାଇକଟି ପିଟି ହୋଇ ଯାଇଥିଲା  |

ଘଟଣା ସ୍ଥଳରେ ବାଇକ ଆରୋହୀ ସୁବ୍ରତ ରାଉତଙ୍କର ମୃତ୍ୟୁ ଘଟିଥିଲା ବେଳେ ବିକାଶ ଗୁରୁତ୍ୱର ହୋଇଥିଲେ | ସ୍ଥାନୀୟ ଲୋକ ମାନେ ସଙ୍ଗେ ସଂଗେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣି ଥିଲା ବେଳେ ସେଠାରେ ଶୋକାକୁଳ ପରିବେଶ ଦେଖାଦେଇଛି |ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଛି |

Leave A Reply

Your email address will not be published.