ଓଡ଼ିଆ ନ୍ୟୁଜ୍: ଗିରଫ ହୋଇପାରନ୍ତି ଜଗା ପ୍ରଧାନ! ଜଗା ପ୍ରଧାନଙ୍କ ଉପରେ ହେବ କି ବଡ଼ କାର୍ଯ୍ୟାନୁଷ୍ଠାନ? ଏସବୁ ଚର୍ଚ୍ଚା ଭିତରେ ଭାଜପା ପାର୍ଟି ଅଫିସରେ ପହଞ୍ଚିଛନ୍ତି ଭାଜପା ନେତା। BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବିବାଦରେ ଫସିଛନ୍ତି ଜଗନ୍ନାଥ । ତାଙ୍କୁ ଗିରଫ କରିବାକୁ ଓଡ଼ିଶା ପ୍ରଶାସନିକ ସେବା (OAS) ସଂଘ ଦାବି କରିଛି। ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ନେଇ ଏହି ଦାବି ଉଠିଛି। OAS ସଂଘ ଏକ ବୈଠକରେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପା ନେତା ଜଗା ପ୍ରଧାନ ବିଜେପି ପାର୍ଟି ଅଫିସରେ ପହଞ୍ଚିଛନ୍ତି। ଯେଉଁଠାରେ ସଭାପତି ମନମୋହନ ସାମଲଙ୍କ ସହ ବରିଷ୍ଠ ନେତୃତବୃନ୍ଦ ମଧ୍ୟ ସାମିଲ୍ ଅଛନ୍ତି।
ସଂଘର ଅଭିଯୋଗ ଅନୁସାରେ, ଏହି ଆକ୍ରମଣ କେବଳ ଜଣେ ବ୍ୟକ୍ତିଙ୍କ ଉପରେ ନୁହେଁ, ବରଂ ସାଧାରଣ ସେବା ବ୍ୟବସ୍ଥା ଉପରେ ହୋଇଛି। ଏହି ଘଟଣାକୁ ନେଇ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବାକୁ ପ୍ରସ୍ତାବ ପାରିତ କରିଛି। ଏହାସହ, ସଂଘ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଭେଟି ଦାବିପତ୍ର ହସ୍ତାନ୍ତର କରିଛି।OAS ସଂଘ ସମୂହ ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଇଛି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପକାଇଛି। ଅନ୍ୟପକ୍ଷରେ, ଜଗନ୍ନାଥ ପ୍ରଧାନ ଏହି ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟାରେ ଅତିରିକ୍ତ କମିଶନରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି।