ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କଲା ଜଗନ୍ନାଥ ଟ୍ରଷ୍ଟ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଲୁଣିମାଠିଆ ର ଆଗ୍ରହୀ ହକି  ଖେଳାଳି ଙ୍କୁ ପ୍ରୋତ୍ସାହିତ କଲା  ଜଗନ୍ନାଥ  ଟ୍ରଷ୍ଟ l ସଠିକ ପ୍ରଶିକ୍ଷଣ ପାଇଲେ ଜାତୀୟସ୍ତର ରେ ଦକ୍ଷତା ପ୍ରତିପାଦିତ କରିବେ  ଖେଳାଳି l  ଦେଶର ଜାତୀୟ ଖେଳ କୁ ସମ୍ମାନ ଜଣାଇ   ଗତ ବର୍ଷ  ଓଡ଼ିଶା ରେ ହକି ବିଶ୍ଵ କପ୍ ମଧ୍ୟ ଆୟୋଜନ କରାଯାଇଥିଲା । ଯାହା କି  ଓଡିଶା  ପାଇଁ ବିଶେଷ ଗର୍ବ ଓ ଗୌରବ ବିଷୟ ପାଲଟିଥିଲା  l

କିନ୍ତୁ  ହକି ଖେଳ ପାଇଁ ଓଡିଶା  ର କୋଣ ଅନୁକୋଣରେ  ଥିବା ଆଗ୍ରହୀ ଖେଳାଳି ମାନେ  ପ୍ରୋତ୍ସାହିତ ହେଲେ ସେମାନେ ଜାତୀୟ ସ୍ତରରେ ପହଂଚିପାରିବେ ବୋଲି ଅନୁମେୟ ହେଉଛି  l   ଅଭାବ ଭିତରେ ହକି ଖେଳୁ ଥିବା   ପିଲାମାନଙ୍କ ର ଆଗ୍ରହ କୁ ପ୍ରୋତ୍ସାହିତ କରିବା  ଭଳି  ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ମହାକାପଡା ବ୍ଲକ ପେଟଛେଲା ପଂଚାୟତ  ଲୁଣିମାଠିଆ ଶବରପଡା ଅଞ୍ଚଳ ରେ । ଶବର ପଡାର  ଆଗ୍ରହୀ ଖେଳାଳି ଙ୍କ ପାଇଁ ହକି ଷ୍ଟିକ ଥିଲା ବାଉଁଶ ର ଲାଠି ଏବଂ  ଛିଣ୍ଡା ଚପଲକୁ କଟାଯାଇ ବନ୍ଧା ଯାଇଥିବା ବଲ l ସେମାନେ  ଏପରି ଖେଳୁଥିଲେ କି ଯେପରି  ଜଣେ ଜଣେ ପୁରୁଣା ଖେଳାଳି ।

ଅଖ୍ୟାତ ପଲ୍ଲୀର ଅବହେଳିତ ଖେଳାଳି ଙ୍କ ଚିତ୍ର ବିଭିନ୍ନ  ଗଣମାଧ୍ୟମ ରେ ପ୍ରକାଶିତ ହେବା  ଘଟଣାକୁ   ଗୁରୁତ୍ୱ ର ସହ ନେଇଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ଶବର ପଡା  ଅଞ୍ଚଳ ରେ   ପହଂଚି  ଆଗ୍ରହୀ ଖେଳାଳି ଙ୍କୁ ହକିଷ୍ଟିକ ଓ ବଲ ପ୍ରଦାନ କରିଛନ୍ତି l ଟ୍ରଷ୍ଟ ର ସହଯୋଗ ପରେ  ଖେଳାଳି  ଉତ୍ସାହିତ ହେବା ସହିତ, ଆଗାମୀ ଦିନରେ  ଜାତୀୟ ଖେଳ ହକି କୁ ସୁନ୍ଦର ଭାବ ରେ ଉପସ୍ଥାପନ କରିବେ ବୋଲି କହନ୍ତି l

ଆଗ୍ରହୀ ଖେଳାଳି   ଟ୍ରଷ୍ଟ ର ସଭାପତି  ଦମନ ମହାନ୍ତି ଙ୍କୁ କହନ୍ତି ଯେ  କି ଯଦି ସେମାନ ଙ୍କୁ ସଠିକ ପ୍ରଶିକ୍ଷଣ ଦିଆଯାଏ ତେବେ  କେନ୍ଦ୍ରାପଡ଼ା ଜିଲ୍ଲା ଓ  ଓଡ଼ିଶା ର ନାଁ କୁ ସେମାନେ  ଜାତୀୟ ସ୍ତର ରେ ପହଞ୍ଚାଇପାରିବେ । ଟ୍ରଷ୍ଟ ଏହି କାର୍ଯକ୍ରମ ରେ  ଟ୍ରଷ୍ଟ ର ଉପସଭାପତି ରଶ୍ମି ରଞ୍ଜନ ବାରିକ ଓ ସଭ୍ୟ ବିଭୁ ପ୍ରକାଶ ସାହୁ, କାଳନ୍ଦି ମଲ୍ଲିକ, ରମାକାନ୍ତ ନାୟକ, ଦୀପକ କୁମାର ସ୍ବାଇଁ ଓ ମିଲୁ ନାୟକ ଆଦି ଉପସ୍ଥିତ ଥିବାର ଜଣାପଡିଛି l

Leave A Reply

Your email address will not be published.