ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ। ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଏଥର ମଧ୍ୟ ଗତବର୍ଷ ଭଳି କୋଭିଡ କଟକଣା ରେ ପାଳନ ହେବ ମହାଶିବରାତ୍ରୀ। ରାତି ୧୦ଟାରେ ଉଠିବ ଲିଙ୍ଗରାଜ ଙ୍କ ମହାଦିପ। ଶାନ୍ତି ଶୃଙ୍ଖଳା ର ସହ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ। ନିଯୋଗ ମାନଙ୍କ ଦାବି ନେଇ ହେଲା ଆଲୋଚନା।
ଆଲୋଚନା କରି ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାୟିତ୍ୱ ଦିଆଯାଇଛି। ଭକ୍ତଙ୍କ ପ୍ରବେଶ ନେଇ ପୁଣି ଆଲୋଚନା ହେବ। କୋଭିଡ ମାର୍ଗଦର୍ଶନ ଅନୁସାରେ ମହାଶିବରାତ୍ରି ପାଇଁ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏହି ବୈଠକରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଏବଂ ଟ୍ରଷ୍ଟବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ।