ଓଡ଼ିଆ ନ୍ୟୁଜ୍: କୂଳ ଲଙ୍ଘିଲା ସମୁଦ୍ର । ହଟାତ ସମୁଦ୍ର ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ସହ ଶିଆଳି ବେଳାଭୂମି ବଜାର ଓ ଜନ ବସତିରେ ଲୁଣି ପାଣି ମାଡ଼ି ଯାଇଥିଲା । ହଟାତ ସମୁଦ୍ର ମାଡ଼ି ଆସିବା ଯୋଗୁ ବେଳା ଭୂମିରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ । ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ଶିଆଳି ବେଳାଭୂମିରେ ସମୁଦ୍ର ତା’ର ଉଗ୍ର ରୂପ ଦେଖାଇଛି। ଶନିବାର ସମୁଦ୍ରର ଉଚ୍ଚ ଜୁଆର କୂଳ ଲଙ୍ଘି ପ୍ରାୟ ୨୦୦ ମିଟର ଅଞ୍ଚଳକୁ ବୁଡ଼ାଇ ଦେଇଛି। ଏହି ଘଟଣାରେ ବେଳାଭୂମି ନିକଟରେ ଥିବା ପାର୍କିଂସ୍ଥଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଲଘୁଚାପ ପ୍ରଭାବରେ ସୃଷ୍ଟ ଉଚ୍ଚ ଜୁଆର ଏହି ପରିସ୍ଥିତିର ମୁଖ୍ୟ କାରଣ ବୋଲି ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗ ସୂଚନା ଦେଇଛି।ଶିଆଳି ବେଳାଭୂମି ଜଗତସିଂହପୁରର ଏକ ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ। କିନ୍ତୁ ଶନିବାର ସମୁଦ୍ରର ଅଶାନ୍ତ ରୂପ ଯୋଗୁଁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସମୁଦ୍ରର ଜଳସ୍ତର ଅଚାନକ ବୃଦ୍ଧି ପାଇବା ଯୋଗୁଁ ବେଳାଭୂମି ନିକଟରେ ଥିବା ପାର୍କିଂସ୍ଥଳ ସମେତ ଅନ୍ୟାନ୍ୟ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।